ବୌଦ୍ଧ: ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଜଣେ ମହିଳା ଧାରଣାରେ ବସିଛନ୍ତି। ସ୍ବାମୀ ଠିକ ସମୟରେ ଭରଣ ପୋଷଣ ଖର୍ଚ୍ଚ ଦେଉନଥିବା ଅଭିଯୋଗ କରିବା ସହ ସ୍ବାମୀଙ୍କ ସହ ଏକାଠି ରହିବା ଜିଦରେ ଅଟଳ ରହିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୯ ଏପ୍ରିଲ ୬ ତାରିଖରେ ପୁରୀରେ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ମହେଶ ପ୍ରସାଦ ମିଶ୍ରଙ୍କ ସହ ଲୋକନାଥ ମନ୍ଦିରରେ ତାଙ୍କ ବିବାହ ହୋଇଥିଲା। ଏହାପରେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ। ଦିଲ୍ଲୀରୁ ଫେରି ସ୍ବାମୀଙ୍କ କୌଣସି ପତ୍ତା ପାଇନଥିଲେ। ଫୋନରେ ଯୋଗାଯୋଗ ମଧ୍ୟ ହୋଇ ପାରିନଥିଲା। ଫଳରେ ଦିଲ୍ଲୀ ମହିଳା କମିସନରେ ଅଭିଯୋଗ କରିଥିଲେ।କମିସନଙ୍କ ନୋଟିସକୁ ବାରମ୍ବାର ଅଣଦେଖା କରିବାରୁ ପୁରୀ ସିଂହଦ୍ବାର ଥାନାକୁ ମାମଲା ସ୍ଥାନାନ୍ତର ହୋଇଥିଲା। ମାମଲା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ପରିବାର କୋର୍ଟର ନିର୍ଦ୍ଦେଶ ଅନୁସାରେ ଭରଣପୋଷଣ ବାବଦରେ ତାଙ୍କୁ ପ୍ରତି ମାସରେ ୧୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଗତ କିଛି ମାସ ହେଲା ସ୍ବାମୀ ଟଙ୍କା ଦେଉ ନଥିବା ଅଭିଯୋଗ କରିଛନ୍ତି। ଫଳରେ ଟଙ୍କା ପାଇବା ପାଇଁ ଓ ସ୍ବାମୀଙ୍କ ସହ ଏକାଠି ରହିବା ପାଇଁ ମହିଳା ଜଣକ ବୌଦ୍ଧ ଆସିଛନ୍ତି। ନିଜକୁ ସୁପ୍ରିମ କୋର୍ଟର ଓକିଲ ବୋଲି ପରିଚୟ ଦେଉଥିବା ମହିଳା ଜଣକ ବୌଦ୍ଧ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ସମ୍ମୁଖରେ ଧାରଣାରେ ବସିଛନ୍ତି। ହେଲେ ତାଙ୍କ ସ୍ବାମୀ ଛୁଟିରେ ଥିବା ବ୍ୟାଙ୍କ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା ବୌଦ୍ଧ ସହରରେ ରହିଥିବା ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.