ରାୟଗଡ଼: ମାଁଙ୍କ ନାମରେ ଲାଗୁଛି ଗୋଟିଏ ଗଛ କିନ୍ତୁ କଟୁଛି ହଜାରେ ଗଛ- ବିଧାୟକ ରାୟଗଡ଼ ,ଆପଲାସ୍ବାମି କାଡ୍ରାକା କହିଛନ୍ତି। ପରିବେଶ ସୁରକ୍ଷା ପାଇଁ ଶିଳ୍ପ ସଂସ୍ଥାର ଦାୟିତ୍ବ ସର୍ବାଧିକ ପ୍ରଧାନମନ୍ତ୍ରୀଙ୍କ ନାରା ମାଁ କେ ନାମରେ ଗୋଟିଏ ଗଛ।
ମାଁଙ୍କ ନାମରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇଦେଉଛନ୍ତି କିନ୍ତୁ, ହଜାର ହଜାର ଗଛ ନଷ୍ଟ କରାଯାଉଛି। ରାୟଗଡା ଭଳି ଖଣି ଖାଦାନ ଏବଂ ଶିଳ୍ପ ଅଞ୍ଚଳରେ ବହୁ ସଂଖ୍ୟାର ବୃକ୍ଷ ଛେଦନ କରାଯାଉଛି। ନୂତନ ବନିକରଣ ହେଉଥିବା ଚାରାକୁ ସୁରକ୍ଷା ଦେଇପାରୁ ନାହାନ୍ତି । ଫଳରେ ଜିଲ୍ଲାର ସାଂଘାତିକ ଭାବେ ପରିବେଶ ସଂତୁଳନ ବିଗିଡିଛି।ଚଳିତବର୍ଷ ରାୟଗଡା ଜିଲ୍ଲାରେ ନିୟଣ୍ଟିଆ ବର୍ଷା ହୋଇଛି । ଆଦିବାସୀଙ୍କୁ ଦ୍ବାହି ଦେଇ ବିଭିନ୍ନ ସଂଗଠନ,ଶିଳ୍ପ ସଂସ୍ଥା ନିଜର ଦାୟିତ୍ବରୁ ଖସିଯାଉଛନ୍ତି। କିନ୍ତୁ, ଜିଲ୍ଲାରେ ଶିଳ୍ପ ସଂସ୍ଥା ମାନେ ପରିବେଶ ସୁରକ୍ଷା ପାଇଁ ଦାୟିତ୍ବ ନିର୍ବାହ କରୁନାହାନ୍ତି ବୋଲି ରାୟଗଡା ବିଧାୟକ ଆପଲାସ୍ବାମି କାଡ୍ରାକା କହିଛନ୍ତି ,

ରାୟଗଡା।ପିତାମହଲସ୍ଥିତ ସେଞ୍ଚୁରିଆନ ୟୁନିଭରସିଟିରେ କ୍ଲାଇମେଟ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କମ୍ପାନୀ ଗୁଡ଼ିକର ସିଏସଆର ମାଧ୍ୟମରେ ଖର୍ଚ୍ଚ ହେଉଥିବା ପ୍ରମୁଖ ଅନୁଦାନକୁ ପରିବେଶ ସୁରକ୍ଷାରେ ଲଗାଯାଉ ବୋଲି ବିଧାୟକ ଶ୍ରୀ କାଡ୍ରାକା କହିବା ସହ ଶିଳ୍ପସଂସ୍ଥା ମାନେ ଉତ୍ତରଦାୟି ରହିବା ଉଚିତ ବୋଲି ଶ୍ରୀ କାଡ୍ରାକା କହିଥିଲେ । ରାୟଗଡା ଜିଲ୍ଲାରେ ଶିଳ୍ପ ଆସିଲା କିନ୍ତୁ ପରିବେଶ ପାଇଁ ଠୋସ ଯୋଜନା ହେଲା ନାହିଁ I ପେଷ୍ଟିସାଇଡ ଯୋଗୁଁ ଆମେ ଖାଦ୍ୟରେ ବିଷ ଖାଉଛୁ , ଡ଼ାଇରୀ ଫାର୍ମ, ଅର୍ଗାନିକ ଫାର୍ମର ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାହାନ୍ତି କହିଥିଲେ। ଅନ୍ୟତମ ଅତିଥି ରୂପେ ଯୋଗଦେଇ ସେଞ୍ଚୁରିଆନ ୟୁନିଭରସିଟିର ନିର୍ଦେଶକ ଡ ରାଜେଶ କୁମାର ପାଢ଼ୀ କହିଥିଲେ ଏବଠୁ ପରିବେସ ପାଇଁ ସଜାଗ ନହେଲେ ଭବିଷ୍ୟତରେ ଆମକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି। ସ୍ଥାନୀୟ ଲୋକଙ୍କ ବସତି ଏବଂ ଜଙ୍ଗଲର ବ୍ୟବହାର ନେଇ ନିର୍ଦିଷ୍ଟ କୌଣସି ସୀମା ଚିହ୍ନଟ ହୋଇପାରୁନାହିଁ ଏଣୁ ଜଙ୍ଗଲ ବହୁମାତ୍ରାରେ ନଷ୍ଟ ହେଉଛି । ଅଧ୍ୟାପିକା ପଲ୍ଲିଶ୍ରୀ ଭୁକ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ସମାଜସେବୀ ସୁଦର୍ଶନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା,କନକ ନ୍ୟୁଜ ପ୍ରତିନିଧି ସ୍ମୃତି ରଞନ ମାହାନ୍ତି, ସମାଜସେବୀ ଗୋପୀନାଥ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।