ଚନ୍ଦ୍ରପୁର ବିଜୁ ସ୍ବାଭିମାନ ମଞ୍ଚର ପ୍ରବଳ ଜନସମାବେସ। : ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ପଞ୍ଚାୟତ ନିର୍ବାଚନରେ ଲଢ଼ିବ।

ଭାସ୍କର ରାଓଙ୍କ ଲୋକପ୍ରିୟତା ଦେଖି ରାଜନୈତିକ ଦଳର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି।

0

ରାୟଗଡା/ଚନ୍ଦ୍ରପୁର– ବିଜୁ ସ୍ବାଭିମାନ ମଞ୍ଚ ପଞ୍ଚାୟତ ନିର୍ବାଚନରେ ସ୍ବର୍ଗତଃ ବିଜୁ ବାବୁ ଓ ତାଙ୍କ ବିଚାରଧାରାକୁ ଢାଲ କରି ନିର୍ଵାଚନ ଲଢ଼ିବ।
ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦକ୍ଷିଣ ଓଡିଶାର ବରିଷ୍ଠ ନେତା ଏନ ଭାସ୍କର ରାଓ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ କାର୍ଯ୍ୟକ୍ରମରେ ସ୍ପଷ୍ଟ କରିଛନ୍ତି ବିଜୁ ସ୍ୱାଭିମାନ କୁ ଲୋକଙ୍କ ସମର୍ଥନ ରହିଛି। ବିଜୁ ସ୍ୱାଭିମାନ ନିର୍ବାଚନରେ ଅଧିକ ବହୁମତ ରେ ନିର୍ଵାଚନ ଜିତିବ।ଭାସ୍କର ରାଓଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରାହିଥିବ‌ା ବେଳେ ଶ୍ରୀ ରାଓ ଚନ୍ଦ୍ରପୁର କାର୍ଯ୍ୟକ୍ରମରେ ସ୍ବାଧୀନ ଭାବରେ ଲଢ଼ିବା ପାଇଁ ସ୍ପଷ୍ଟ କରିଛନ୍ତି । ବିଷମକଟକ ବରିଷ୍ଠ ନେତା ସୁବାଷ ବକ୍ସି,ଗୁଡାରି ଜିଲ୍ଲା ପରିଷଦ ସଭ୍ୟ,ରାୟଗଡା ବ୍ଲକ ଚେୟାରମେନ ଟୁନି ହୁଇକା, ଜିଲ୍ଲା ପରିଷଦ ସଭ୍ୟ ସଂଧ୍ୟା ପୁଆଲା,ପ୍ରଶାନ୍ତ କୁଲେଶିକା, ଚନ୍ଦ୍ରପୁର ବ୍ଲକର ବହୁ ପରିଷ୍ଠ ନେତା , ବ୍ଲକ ପଞ୍ଚାୟତ ପ୍ରତିନିଧି,ପୂର୍ବତନ ନିର୍ବାଚିତ ପ୍ରତିନିଧି ଓ ଭାସ୍କର ରାଓଙ୍କୁ ସମର୍ଥନ କରୁଥିବା ବରିଷ୍ଠ ନେତାଙ୍କୁ ନେଇ ଚନ୍ଦ୍ରପୁର ଠାରେ ବିଜୁ ସ୍ବାଭିମାନ ମଞ୍ଚର କାର୍ଯ୍ୟକ୍ରମ ହୋଇଥିଲା।


ଶ୍ରୀ ରାଓ ସ୍ପଷ୍ଟ କରି କହିଥିଲେ ମୋ ସହ ରହିବା ବ୍ୟକ୍ତିଙ୍କୁ ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ଆଗାମି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢ଼ିବେ। ବିଜୁ ସ୍ବାଭିମାନ ମଞ୍ଚର ବୈଠକ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅନୁଷ୍ଠିତ ହେବ ଏବଂ ଆଲୋଚନା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଓ ସୂଚନା ଦେଇଛନ୍ତି । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଲାଲବିହାରି ହିମିରିକା, ବରିଷ୍ଠ ନେତା ବି ତିରୁପତି,ଚନ୍ଦ୍ରକାନ୍ତ ସାମଲ, ପ୍ରବୀଣ କୁମାର, କାଉନସିଲର ସନ୍ତୋଷ କୁମାର ଦଳେଇ , ଲାଛନା ମାଣ୍ଡାଙ୍ଗି, ଗଙ୍ଗାଧର କାଡ୍ରାକା, ବହୁ ନିର୍ବାଚିତ ପ୍ରତିନିଧି,ପୂର୍ବତନ ପ୍ରତିନିଧି ଏହି ଯୋଗ ଦେଇଥିଲେ ।

Leave A Reply

Your email address will not be published.