ଭୁବନେଶ୍ୱର : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମଙ୍ଗଳବାର ୯୮ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ବିଧାନସଭା ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ଦୈନିକ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଜି ଶ୍ରାଦ୍ଧ ଦିବସ। ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ଅକ୍ଷୟ କୀର୍ତ୍ତିକୁ ସ୍ମରଣ କରି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି, ତିଳତର୍ପଣ ଓ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅର୍ପଣ କରାଯାଉଛି।
ବିଧାନସଭା ପରିସରରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ,ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।
ଭାରତୀୟ ଇତିହାସର ସେହି ସ୍ୱର୍ଣ୍ଣିମ ପୃଷ୍ଠା, ଯେଉଁଠି ଦେଶପ୍ରେମ ଓ ମାନବ ସେବାର ବିରଳ ଉଦାହରଣ ଦେଖିବାକୁ ମିଳେ,ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମ ସର୍ବଦା ତେଜୋଦୀପ୍ତ। ଓଡ଼ିଆ ଜାତୀୟତାର ପ୍ରାଣପ୍ରତିଷ୍ଠାତା, ଅନନ୍ୟ ଶିକ୍ଷାବିତ୍, ସମାଜ ସଂସ୍କାରକ ତଥା ଓଡ଼ିଆ ସାମ୍ବାଦିକତାର ଭୀଷ୍ମ ପିତାମହ ଥିଲେ ପଣ୍ଡିତ ଗୋପବନ୍ଧୁ। ପଣ୍ଡିତ ଗୋପବନ୍ଧୁ ତ୍ୟାଗ, ବଳିଦାନ,ସେବାର ମୂର୍ତ୍ତିମନ୍ତ ପ୍ରତୀକ।
Sign in
Sign in
Recover your password.
A password will be e-mailed to you.
Prev Post