ଭୁବନେଶ୍ବର: ଆଜି ମହାପ୍ରଭୃ ଅଣସର ଘରୁ ବାହାରି ସାଧାରଣରେ ଦର୍ଶନ ଦେବେ। କାରଣ ଆଜି ହେଉଛି ନବ ଯୌବନ ଦର୍ଶନ। ତେବେ ଚତୁର୍ଦ୍ଦଶୀ କ୍ଷୟ ହେଉଥିବାରୁ ନବ ଯୌବନ ଦର୍ଶନ ମାତ୍ର ଦୁଇ ଘଣ୍ଟା ପାଇଁ ଅଛି। ତେବେ ତାହା ମଧ୍ୟ ସାଧାରଣ ଦର୍ଶନ ମିଳିପାରିବ କି ନାହିଁ ସନ୍ଦେହ। ସେଥିପାଇଁ ଗତକାଲିଠାରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି।

ନବଯୌବନ ଦର୍ଶନ ତଥା ନେତ୍ର ଉତ୍ସବ ପରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ତିନିଠାକୁର ରଥରେ ବିଜେ କରି ମାଉସୀମା ଘରକୁ ଯିବେ। ସେଥିପାଇଁ ପୁରୀ ତଥା ବଡଦାଣ୍ଡକୁ ସଜେଇ ଦିଆଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଝୋଟି ଚିତା କରାଯାଇ ବେଶ ଆକର୍ଷଣୀୟ କରାଯାଇଛି। ସେହିପରି ବଡଦାଣ୍ଡ ସାରା ମଧ୍ୟ ଚିତା ପକାଯାଇ ଭକ୍ତ ତଥା ପ୍ରଭୃଙ୍କୁ ସ୍ବାଗତ କରିବାକୁ ଆକର୍ଷଣୀୟ କରାଯାଇଛି। ଗୁରୁବାର ଭୋରରୁ ପ୍ରଭୃଙ୍କ ପହଣ୍ଡି ବିଜେ କରାଯିବ।
Comments are closed.