ମୁନିଗୁଡା,୭I୭( ଭି ଗୌରୀଶଙ୍କର ରାଓ ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳ ଅଧୀନ ଆମ୍ବଦଳା ଅଞ୍ଚଳରେ ପୁଣି ଜଙ୍ଗଲୀ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ଦୁଇଟି ଜଙ୍ଗଲୀ ହାତୀ ଗାଁ ନିକଟକୁ ଚାଲି ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ସୂଚନା ଅନୁସାରେ, ହାତୀ ଦୁଇଟି ମଧ୍ୟରୁ ଗୋଟିଏ ଦାନ୍ତା ହାତୀ ଏବଂ ଅନ୍ୟଟି ମାଇ ହାତୀ।ହାତୀଙ୍କ ଗତିବିଧିକୁ ନେଇ ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ, କିଛି ଉତ୍ସୁକ ଲୋକ ହାତୀ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଏହାକୁ ନେଇ ସୁରକ୍ଷା ପ୍ରତି ଚିନ୍ତା ବଢ଼ିଛି।ଏହି ଦୁଇ ହାତୀ ନିକଟସ୍ଥ ଏକ ଆମ୍ବ ବଗିଚାରେ ପଶି ଏକାଧିକ ଆମ୍ବ ଗଛ ଭାଙ୍ଗି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଫଳରେ ଆମ୍ବ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସରକାରଙ୍କ ନିକଟରୁ କ୍ଷତିପୂରଣ ଦାବି କରିଛନ୍ତି।ଖବର ପାଇ ଅମ୍ବାଦଳା ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲ ମୁହାଁ ଫେରାଇବା ପାଇଁ ଉଦ୍ୟମ ଜାରି ରହିଛି। ସେହିପରି ଲୋକଙ୍କୁ ହାତୀଙ୍କ ନିକଟକୁ ନଯିବା, ଭିଡ଼ ନକରିବା ଓ ବନ ବିଭାଗର ପରାମର୍ଶ ମାନିବାକୁ ସତର୍କ କରାଯାଇଛି।
ବର୍ତ୍ତମାନ ବନ ବିଭାଗ ପକ୍ଷରୁ ହାତୀଙ୍କ ଚଳପ୍ରଚଳ ଉପରେ ଲଗାତାର ନଜର ରଖାଯାଉଥିବା ବେଳେ, ସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି। ତଥାପି ହାତୀ ସମ୍ପୂର୍ଣ୍ଣ ଜଙ୍ଗଲକୁ ଫେରି ନଯିବା ପର୍ଯ୍ୟନ୍ତ ସଚେତନ ରହିବାକୁ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛି।
Sign in
Sign in
Recover your password.
A password will be e-mailed to you.