ଅଣସର ଘରେ ତିନି ଠାକୁର, ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ପଟି ଦିଅଁଙ୍କ ପୂଜାରମ୍ଭ ।

ଗଜପତି ,୩୦.୬ (ମନୋଜ ପାଢ଼ୀ): ସ୍ନାନବେଦୀରେ ତିନି ଠାକୁର 108 କଳସ ଗଙ୍ଗାଜଳ ସ୍ନାନ ପରେ ଜ୍ୱର ହେବା ଯୋଗୁଁ ସ୍ନାନବେଦୀରୁ ବିଳମ୍ବିତ ରାତିରେ ଅଣସର ଘରେ ବିଜେ ହୋଇଛନ୍ତି. ଜ୍ୱର ପୀଡାରୁ ଉପଶମ ପାଇଁ ଅଣସର ଘରେ ପଥି, ପାଚନ, ଔଷଧ ସେବା ଆଦି ଚାଲୁ ରହିଛି. ଆଜିଠାରୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ବଦଳରେ ପଟିଦିଅଁଙ୍କ ପୂଜା ଆରମ୍ଭ ହୋଇଛି. ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ବଡ଼ ଠାକୁରଙ୍କ ବଦଳରେ ଅନନ୍ତ ବାସୁଦେବ ପଟଦିଅଁ ଭାବେ ଆଜିଠାରୁ ପୂଜା ପାଠ ଆରମ୍ଭ ହୋଇଛି. ଆଜି ପ୍ରଥମ ଦିନରେ ପଟି ଦିଅଁଙ୍କ ପୂଜା ଆରମ୍ଭ ହୋଇଥିବାରୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା।

Comments are closed.