ଅବସର କାଳୀନ ସଭା ଅନୁଷ୍ଠିତ ।

ଆର, ଉଦୟଗିରି (ମନୋଜ କୁମାର ପାଢୀ)-: ଦୀର୍ଘ ବର୍ଷ ଧରି ଅଙ୍ଗନବାଡି କର୍ମୀ ଭାବେ ନିଜର ଦାୟୀତ୍ୱ ତୁଲାଇ ଆଜି ନିଜ କର୍ତ୍ତବ୍ୟ ରୁ ଅବସର ନେଇଛନ୍ତି । ଆଉ ସେହି ଅବସର ଏକ ଅବସରକାଳୀନ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ କୁଆଁପଡ଼ା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ରମା ନାୟକ ଦୀର୍ଘ ବର୍ଷ ଧରି ଏହି ଗ୍ରାମରେ ସେବା ଯୋଗାଇ ଆସୁଥିଲେ । ଜଣେ ନିଷ୍ଠାପର ,ମିଷ୍ଟା ଭାଷୀ ମେଳାପୀ ତଥା କର୍ମଜୀବୀ କର୍ମୀ ଭାବରେ ବେଶ୍ ପରିଚିତ ଥିଲେ । ଏପରିକି ନିଜର ଉପରିସ୍ଥ ଅଧିକାରୀଙ୍କ ମାନଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ନିଜେ ଏହି କେନ୍ଦ୍ରରେ ନିଷ୍ଠାପର ଭାବେ ନିଜର କାମତୁଲାଇ ଗ୍ରାମବାସୀଙ୍କ ମନ ଜିଣିଥିଲେ ,ହେଲେ ଦୁଃଖର ବିଷୟ ସ୍ୱଳ୍ପ ପାରିଶ୍ରମିକରେ ଏତେ ବର୍ଷ ଧରି କାର୍ଯ୍ୟ କରି ଆସିଛନ୍ତି । ନିଜ ପରିବାର କୁ ପଛରେ ପକାଇ ଅନ୍ୟ ର ପରିବାର କଥା ଚିନ୍ତା କରି ନିସ୍ୱାର୍ଥପର ଭାବେ କାମକରୁଥିଲେ । କିନ୍ତୁ ଆଜି ସେ ନିଜ କର୍ମରୁ ଅବସର ନେଉଛନ୍ତି । ହେଲେ ନିଜ ସହକର୍ମୀ ମାନଙ୍କ ସହାନୁଭୂତି ଓ ଉପରିସ୍ଥ କର୍ମଚାରୀଙ୍କ ଆଶୀର୍ବାଦ ନେଇ ଅବସର ନେଉଛନ୍ତି । ନା ଅଛି ଅନ୍ୟ କିଛି ପେନସନ ନା ଅଛି କୌଣସି ଆର୍ଥିକ ସୁବିଧା । ଏହି ଅବସରରେ ଆର ଉଦୟଗିରି ସିଡ଼ିପିଓ ଲଳିତା ପୂଜାରୀ , ଛେଳିଗଡ ସେକ୍ଟର ର ପରି ଦର୍ଶିକା ଶ୍ରୀମତୀ ଧନଲକ୍ଷ୍ମୀ ,ଶିଆଳିଲଟି ସେକ୍ଟର ପରି ଦର୍ଶିକା ପିଙ୍କି ମଣ୍ଡଳ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନବାଡି କର୍ମୀ ସହାୟିକା ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Comments are closed.