ଗଜପତି, 29/6(ମନୋଜ ପାଢ଼ୀ): ପାରଳାଖେମୁଣ୍ଡିର ବିଧାୟକ ରୂପେଶ ପାଣିଗ୍ରାହୀ ସାମ୍ବାଦିକମାନଙ୍କ ପାଇଁ ବଡ ସୁଖବର ଆଣିଛନ୍ତି । ସାମ୍ବାଦିକଙ୍କ ଚିକିତ୍ସା ଓ ସେମାନଙ୍କ ପୁଅ -ଝିଅଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ମାଗଣାରେ ଯୋଗାଇବେ ବୋଲି ପାରଳା ବିଧାୟକ ଘୋଷଣା କରିଛନ୍ତି. ପାରଳାଖେମୁଣ୍ଡି ଠାରେ ଆୟୋଜିତ ଉତ୍କଳ ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଗଜପତି ଜିଲ୍ଲାର ସାମ୍ବାଦିକମାନେ ହାଇଟେକ ମେଡିକାଲ କଲେଜ ଓ ହସ୍ପିପିଟାଲର ସମସ୍ତ ଉଚ୍ଚ ଧରଣର ଓ ଜରୁରୀ ଚିକିତ୍ସା ପାଇଁ ଆସିଲେ ସେମାନଙ୍କର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିବେ । ସାମ୍ବାଦିକମାନଙ୍କର ସମସ୍ତ ସ୍ୱାସ୍ଥ୍ୟଜନିତ ଚିକିତ୍ସା ଏବଂ ବିଭିନ୍ନ ଅପରେସନ ସଂପୂର୍ଣ ମାଗଣାରେ ଯୋଗାଯିବ। ସେହିପରି ସାମ୍ବାଦିକଙ୍କ ପୁଅ -ଝିଅମାନେ ହାଇଟେକ ମେଡିକାଲ କଲେଜରେ ପାଠ ପଢ଼ିବେ ତେବେ ସେମାନଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଯିବ. ପାରଳାଖେମୁଣ୍ଡି ଠାରେ ଗତକାଲି ଆୟୋଜିତ ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ସମାବେଶରେ ପାରଳା ବିଧାୟକଙ୍କ ଏହି ଘୋଷଣା ଉପସ୍ଥିତ ସମସ୍ତ ସାମ୍ୱାଦିକମାନଙ୍କ ଠାରେ ଏକ ନୂତନ ଆଶାର ସଂଚାର ହୋଇଛି. ଏହି ସମାବେଶରେ ମୋହନା ବିଧାୟକ ଦାଶରଥ ଗମାଙ୍ଗ ଏବଂ ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସଂପାଦକ ବିରୂପାକ୍ଷ ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ୱାଦିକ ତଥା ସଂଘର ସଭାପତି ଦ୍ବିଜେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ସଂଘର ସମ୍ପାଦକ ସରୋଜ ବୀର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ. ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.