ମୋହନା(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ସମୟରେ ଏସ ଡି ପି ଓ ଆର. ଉଦୟଗିରି ରାକେଶ କୁମାର ସାହୁ, ଅତିରିକ୍ତ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ପୃଥିବୀ ରାଜ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବିଡ଼ିଓ ରାଜୀବ ଦାସ, ତହସିଲଦାର ମୋହନା,ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ ଙ୍କ ସମେତ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଗୁଡିକ ଶୁଣି ସେ ଗୁଡିକୁ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହି ଶିବିରରେ ସର୍ବ ମୋଟ ୯୬ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେଥି ମଧ୍ୟରୁ ୬୬ ଟି ଗୋଷ୍ଟି ଗତ ଅଭିଯୋଗ ଗ୍ରାମ୍ୟ ସମସ୍ୟା ନେଇ ହୋଇଥିବା ସଙ୍ଗେ ୩୩ଟି ଅଭିଯୋଗ ବ୍ୟକ୍ତି ଗତ ଥିବା ସୂଚନା ମିଳିଛି। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ତିନି ଜଣ ରୋଗୀ ଙ୍କୁ ଉଚ୍ଚ ଧରଣର ଚିକିତ୍ସା ନିମନ୍ତେ ରେଡକ୍ରସ ରୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Comments are closed.