ଅରଣ୍ୟ ଭବନ ସମ୍ମିଳନୀ କକ୍ଷରେ ‘କେନ୍ଦୁପତ୍ର ଚିନ୍ତନ ଶିବିର–୨୦୨୬’ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନ ସମ୍ମିଳନୀ କକ୍ଷରେ ‘କେନ୍ଦୁପତ୍ର ଚିନ୍ତନ ଶିବିର–୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଶିବିରରେ ଅଧ୍ୟକ୍ଷତା କରିଥିଲେ। କେନ୍ଦୁପତ୍ର କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୮ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଶିବିରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଉମା ନନ୍ଦୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.