ଅଘୋଷିତ ବିଦ୍ୟୁତ କାଟ ଲୋକେ ହନ୍ତସନ୍ତ ।

ଗଜପତି (ମନୋଜ କୁମାର ପାଢୀ)– ଗଜପତି ଜିଲ୍ଲା ଆର,ଉଦୟଗିରିଗିରି ସବ୍ଡିଜନ ଅଧିନରେ ଥିବା ଆର,ଉଦୟଗିରି ,ଛେଳିଗଡ, ମହେନ୍ଦ୍ରଗଡ ରାମଗିରି, ଛେଳାଗଡ , ଡାବରାଗୁଡା, ସିଆଲିଲଟି, ପୁରୁଣାପାଣି, ରଣ୍ଡିବା, ପରିସଲ, ମଙ୍ଗରାଜପୁର, ତବାରସିଂ, ଅନଗାଁ, ନୁଆଗଡ, ଖଜୁରୀପଦା, ବଡପଦା, କେ.ଝାଲାରସିଂ, ତିତିସିଂ, କେରେଡାଙ୍ଗ, ଲୁହାଙ୍ଗର, ଅନ୍ତରଡା , ଶରଳାପଦର, ପରିମଳ, ଉଦୟପୁରୁ, ସମ୍ବଲପୁର, କିରାମା, ଅନୁଗୁରୁ, ସୁନ୍ଧରଡାଙ୍ଗ ଅନ୍ୟ ଅନ୍ୟ ଗ୍ରାମଞ୍ଚଳରେ ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକେ ଏବଂ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନ ୧୦ ଥରରୁ ଉଦ୍ଧ୍ବ ବିଦ୍ୟୁତ କାଟ ହେଉଛି । ଏହାକୁ ନେଇ ବାରମ୍ବାର ବାରମ୍ବାର ବିଦ୍ୟୁତ ଗ୍ରାହକ ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ବିଭାଗୀୟ ଅଧିକାରୀ ମାନେ କରୁନାହାନ୍ତି । ଏହା ଦ୍ବାରା ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ କିର୍ଯ୍ୟରେ ବାଧାସୃଷ୍ଟି ହେଉଛି । ରାଜ୍ୟ ସରକାରଙ୍କ କଡା ନିର୍ଦେଶ ଯେ କୌଣସି ଗ୍ରାମରେ ବିଦ୍ୟୁତ କାଟ ହେବନାହିଁ । ମାତ୍ର ବିଦ୍ୟୁତ ବିଭାଗର ଅଧିକାରୀ ବାବୁମାନେ ସରକାରଙ୍କ ନିର୍ଦେଶକୁ ବେଖାତିରି କରି ଆର,ଉଦୟଗିରି ଆର,ଉଦୟଗିରି ସବ୍ଡିଜେନ୍ ଅଧିନରେ ଥିବା ଗ୍ରାମ ଗୁଡିକରେ ଘଣ୍ଟା ଘଣ୍ଟା ଧରି ବିନା କାରଣରେ ବିଦ୍ୟୁତ କାଟ ହେଉଛି । ପ୍ରତି ଦିନ ଅପରାହ୍ନ ହେଲେ ପ୍ରତିି ଘଣ୍ଟା କୁ ଘଣ୍ଟା ୩୦ ମନିଟ୍ ରୁ ୪୦ ମିନଟ୍ ଲେଖାଏଁ ବିଦ୍ୟୁତ କାଟ ହେଉଛି । ଦିନଯାକ ବାରମ୍ବାର
ବାରମ୍ବାର ବିଦ୍ୟୁତ କାଟ ହେବା ଯୋଗୁଁ ବିଭିନ୍ନ କାର୍ଯ୍ୟ ପାଇଁ ଅସୁଥିବା ଲୋକମାନେ କାର୍ଯ୍ୟରେ ବାଧା ପ୍ରାପ ସୃଷ୍ଟି ହେଉଛି । ଏହି ବିଷୟ ନେଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତୀଙ୍କୁ ଯୋଗାଯୋଗ କରିବାରୁ କେତେବେଳେ ଗ୍ରୀଡ୍କୋ କାଟୁଛନ୍ତି ବୋଲି କହୁଛନ୍ତି ତ ଆର କକେତେବେଳେ ୩୩ ବ୍ରେକ୍ ଡାଉନ୍ ବୋଲି କହୁଛନ୍ତି । ଶୁକ୍ରବାର ଅପରାହ୍ନ ୨ଟା ରୁ ବିଦ୍ୟୁତ୍ କଟି ଖବର ପ୍ରକାଶ ପଠାଇବା ପର୍ଯ୍ୟନ୍ତ ବିଦ୍ୟୁତ ଆସିନଥିଲା । ଅପରାହ୍ନ ୧ଟା ସମୟରେ ପବନ ବର୍ଷା ହୋଇ ଗଲେ ଘଣ୍ଟା ପ୍ରର୍ଯ୍ୟନ୍ତ ବିଦ୍ୟୁତ୍ କଟା ଯାଉଛି ।

Comments are closed.