ମୟୂରଭଞ୍ଜ :ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସ୍ବାଗତ ଅଭିଭାଷଣ ରଖିଛନ୍ତି । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଅଛନ୍ତି । ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ କୃତଜ୍ଞତା ଜଣାଇଲେ । ପ୍ରଧାନମନ୍ତ୍ରୀଙ୍କୁ କଲ୍ୟାଣକାରୀ ଯୋଜନା ପାଇଁ ପ୍ରଶଂସା ଅଜାଡ଼ି ଦେଲେ ।
୨୦୧୪ ପରଠୁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆଣିଛନ୍ତି, ସଫଳତା ମିଳିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁଇ ବର୍ଷର ରାଜ୍ୟ ଶାସନର ସଫଳତା ନେଇ ସେ ତଥ୍ୟ ରଖିଛନ୍ତି। ରାଜ୍ୟର ଡବଲ ଇଞ୍ଜିନ ଶାସନରେ ବିକାଶ ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଶ୍ରୁତି ପ୍ରତିବଦ୍ଧତା ନେଇ ରାଜ୍ୟ ସରକାର କାର୍ଯ୍ୟ କରି ଚାଲିଛନ୍ତି । ରାଜ୍ୟର କଲ୍ୟାଣ ଉଦ୍ୟମରେ ତିଳେ ମାତ୍ର ହେଳା କରିବୁନି ବୋଲି ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅନେକ କଲ୍ୟାଣକାରୀ ଯୋଜନା ଲାଗୁ ହୋଇଥିବା ସେ କହିଛନ୍ତି ।
ରାଇରଙ୍ଗପୁରରେ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ତାଙ୍କ ଅଭିଭାଷଣ । ଏଥିରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ହରି ବାବୁ କମ୍ଭମପାଟି ଓ ବହୁ ମନ୍ତ୍ରୀ, ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଛନ୍ତି ।