ଢାକା : ବାଂଲାଦେଶର ରାଜଧାନୀ ଢାକାରେ ହିନ୍ଦୁ ସମ୍ପ୍ରଦାୟ ଓ ହିନ୍ଦୁ ଛାତ୍ର ସଂଗଠନମାନେ ଜୋରଦାର ଆନ୍ଦୋଳନ କରିଛନ୍ତି। ଏହି ପ୍ରତିବାଦ ସମୟରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ‘ଜୟ ଶ୍ରୀରାମ’ ନାରା ଲଗାଇବାର ଭିଡ଼ିଓ ଏବେ ସାମନାକୁ ଆସିଛି।
ଖବର ଅନୁସାରେ, ବାଂଲାଦେଶର ରଙ୍ଗପୁରରେ ପ୍ରଭୁ ଶ୍ରୀରାମଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣକୁ ବିରୋଧ କରି ମୌଳବାଦୀମାନେ ପ୍ରଭୁ ରାମଙ୍କୁ ଅପମାନିତ କରିଥିଲେ ଏବଂ ଏହା ପରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଯାହାକୁ ବିରୋଧ କରି ହଜାର ହଜାର ହିନ୍ଦୁ ଢାକାରେ ମଶାଲ ଶୋଭାଯାତ୍ରା କରିଥିଲେ ଏବଂ ଏହା ପଛରେ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହ ଜୟ ଶ୍ରୀରାମ ନାରା ଲଗାଇ ପ୍ରତିବାଦ କରିଥିଲେ।
ସୂଚନାଯୋଗ୍ୟ, ଉତ୍ତର ବାଂଲାଦେଶର ଗାଇବାନ୍ଧା ଅଞ୍ଚଳରେ ଭଗବାନ ଶ୍ରୀରାମଙ୍କ ଏକ ୮୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ସ୍ଥଗିତ ହେବା ପରେ ନୂତନ ଉତ୍ତେଜନା ଦେଖାଦେଇଛି। ଏଥିପାଇଁ ଇସଲାମିକ ଗୋଷ୍ଠୀଠାରୁ ଧମକ ମିଳିଥିବା ନେଇ ଏହି ପ୍ରକଳ୍ପର ଦାୟିତ୍ବ ନେଇଥିବା ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର କମିଟି ଅଭିଯୋଗ କରିଛି। ତେବେ ଏହି ଘଟଣା ମୁସଲିମ ବହୁଳ ବାଂଲାଦେଶରେ ପୁଣି ଥରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଭାବେ ଦେଖାଦେଉଛି।
Comments are closed.