ବାଲେଶ୍ୱର, ୧୦/୦୬(କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ଭାଷା ବିକାଶ ଆନ୍ଦୋଳନ (ଓବିବିଏ) ଆନୁକୂଲ୍ୟରେ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାଳୟରେ ‘ପୁରାତନ କବିଙ୍କ ରଚନାର ଗାୟନୋତ୍ସବ’ ପାଳିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସଭାରେ ପୌରୋହିତ୍ୟ କରି ମତବ୍ୟକ୍ତ କରିଥିଲେ ଯେ ଓଡ଼ିଶାର ପୁରାତନ କବିମାନଙ୍କର କବିତା ଓ କାବ୍ୟସମୂହ କାଳୋତ୍ତୀର୍ଣ୍ଣ ଓ ଶାସ୍ତ୍ରୀୟ; ଯେଉଁଥିପାଇଁକି କାଳ ପରେ କାଳ ବିତି ଯାଇଥିଲେ ମଧ୍ୟ ସେଗୁଡ଼ିକ ଓଡ଼ିଆଙ୍କ ମାନସପଟରୁ ଲିଭି ଯାଇନାହିଁ ଏବଂ ଯେପର୍ଯ୍ୟନ୍ତ ଓଡ଼ିଆ ଭାଷା ଥିବ ସେପର୍ଯ୍ୟନ୍ତ ଏସବୁ ଦୀପ୍ତିମନ୍ତ ସୂର୍ଯ୍ୟ ସମ ଉଦ୍ଭାସିତ ହେଉଥିବ।
ଏହି ଉତ୍ସବରେ କବି ମାର୍କଣ୍ଡ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଭୀମଭୋଇ, ମାଧବୀ ଦାସ, ବିଶ୍ୱନାଥ ଖୁଣ୍ଟିଆ, ବନମାଳୀ ଦାସ, ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ସାଲବେଗ, ଭକ୍ତଚରଣ ଦାସ, ଦୀନକୃଷ୍ଣ ଦାସ, ଗୋପାଳକୃଷ୍ଣ ପଟ୍ଟନାୟକଙ୍କ କବିତାକୁ ଯଥାକ୍ରମେ ଚିନ୍ମୟୀ ପ୍ରିୟଦର୍ଶିନୀ ମିଶ୍ର, କୃଷ୍ଣା ପ୍ରଧାନ, ସ୍ନିଗ୍ଧା ସାମନ୍ତରାୟ, ଜ୍ୟୋତ୍ସ୍ନା ରାୟ, ଅର୍ଚ୍ଚନା କର, ସଙ୍ଗୀତା ରଥ, ଅର୍ଚ୍ଚନା ନନ୍ଦୀ, ସଙ୍ଗୀତା ବାରିକ, ମାମିନା ମହାପାତ୍ର, ଅଞ୍ଜଳି ପଣ୍ଡା, ଅବନ୍ତୀ ପ୍ରଧାନ, ଜୁମରନାଥ ପାତ୍ର, ଶାନ୍ତିଲତା ପଣ୍ଡା, ବାସନ୍ତୀ ଦେ, କମଳିନୀ ଦାସ ପ୍ରମୁଖ ଗାୟନ କରିଥିଲେ। କବିତାଗୁଡ଼ିକୁ ସଂଯୋଜନା କରିଥିଲେ ଯୁଗ୍ମସମ୍ପାଦକ ଜୁମରନାଥ ପାତ୍ର, ଶାନ୍ତିଲତା ପଣ୍ଡା ଏବଂ ଡ. ସାରଙ୍ଗଧର ତ୍ରିପାଠୀ।
ଏଥିରେ ପ୍ରାକ୍କଥନ ରଖିଥିଲେ ଉପସଭାପତି ଗାଳ୍ପିକ ନିବାରଣ ଜେନା ଏବଂ ଶେଷକଥା ରଖିଥିଲେ ସଂଗଠନ ସମ୍ପାଦକ ତପନ ରାୟ। ଉତ୍ସବ ଆରମ୍ଭରେ ସଭାପତି ପୁଷ୍ପଗୁଛ ଦେଇ ସୁଶ୍ରୀ ଅର୍ଚ୍ଚନା ନନ୍ଦୀଙ୍କୁ ଜନ୍ମଦିନର ଶୁଭେଚ୍ଛ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶରତଚନ୍ଦ୍ର ମହାପାତ୍ର, ଭାସ୍କର ଚନ୍ଦ୍ର ମିଶ୍ର, ବେଣୁଧର ସାହୁ, ରମାକାନ୍ତ ନାୟକ, କରୁଣାକର ସ, ସଂଗୀତା ରଥ, ଊର୍ମିଳା ନାୟକ, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ସୁନାମଣି ଜେନା, ଦୀପକ ଦାସ, ତପନ କୁମାର ପଣ୍ଡା, ଅକ୍ଷୟ କୁମାର ତ୍ରିପାଠୀ, ଦୀନବନ୍ଧୁ ଲେଙ୍କା, ପୁଷ୍ପଲତା ଚକ୍ରବର୍ତ୍ତୀ, ଶାନ୍ତି ବିଶି, ଅନାଦି ଚରଣ ଜେନା, ସୁବ୍ରତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.