ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା; ଦିନିକିଆ ଦଳରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ :ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଶିବିରରୁ ଆସିଲା ଦୁଃଖଦ ଖବର। ଫିଟ୍ ଘୋଷଣା ହେବାର ମାତ୍ର ଗୋଟିଏ ଦିନ ପରେ ପୁଣି ଆହତ ହେଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ସେ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି।

ଜୁନ୍ ୧୩ରୁ ଆରମ୍ଭ ହେବାକୁ ଥିବା ସିରିଜ୍ ପୂର୍ବରୁ ହାର୍ଦ୍ଦିକଙ୍କ ଜଙ୍ଘ ମାଂସପେଶୀ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବେଙ୍ଗାଲୁରୁ ଏନସିଏରେ ଫିଟନେସ୍ ଟେଷ୍ଟ ପାସ୍ କରିବା ପରେ ଏହି ନୂଆ ଆଘାତ ସମସ୍ତଙ୍କୁ ଚକିତ କରିଛି। ଜୁନ୍ ୧୧ରେ ତାଙ୍କର ଧର୍ମଶାଳାଠାରେ ଦଳ ସହ ଯୋଗଦେବାର କାର୍ଯ୍ୟସୂଚୀ ରହିଥିଲା। ଏହି ଆଘାତ ଯୋଗୁଁ ଏବେ ଶେଷ ମୁହୂର୍ତ୍ତରେ ବିସିସିଆଇକୁ ତାଙ୍କର ବିକଳ୍ପ ଖେଳାଳି ଖୋଜିବାକୁ ପଡ଼ିବ।

ସେହିପରି ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ଏହି ସିରିଜ୍‌ ଖେଳୁନାହାନ୍ତି। ଅନ୍ୟପଟେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ଘୋଷଣା ହୋଇ ଦଳରେ ଉପଲବ୍ଧ ଅଛନ୍ତି।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ଯଥାକ୍ରମେ ଜୁନ୍ ୧୩ (ଧର୍ମଶାଳା), ଜୁନ୍ ୧ Cape (ଲକ୍ଷ୍ନୌ) ଏବଂ ଜୁନ୍ ୨୦ (ଚେନ୍ନାଇ)ରେ ଖେଳାଯିବ।

Comments are closed.