ନୂଆଦିଲ୍ଲୀ : ଆଇସିସି ମହିଳା ଟି୨୦ ବିଶ୍ବକପ୍ ମେ’ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଏହା ପୂର୍ବରୁ ମଙ୍ଗଳବାର ପ୍ରକାଶିତ ମହିଳା ଟି୨୦ ବ୍ୟାଟର ମାନ୍ୟତାରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶୀର୍ଷ ୧୦ରେ ରହିଛନ୍ତି। ହରମନପ୍ରୀତ ଗୋଟିଏ ସ୍ଥାନ ଉଠି ୧୧ରୁ ୧୦ମ ସ୍ଥାନରେ ପହଞ୍ଚିଥିବା ବେଳେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ ୧୦ରୁ ୧୧ତମ ସ୍ଥାନକୁ ଖସି ଆସିଛନ୍ତି। ଅଷ୍ଟ୍ରେଲିଆର ଜର୍ଜିଆ ଭୋଲ ଶୀର୍ଷରେ ଥିବା ବେଳେ ବେଥ୍ ମୁନି ୨ୟ, ଦକ୍ଷିଣ ଆଫ୍ରିକାର ଲୌରା ୱାଲଭାର୍ଟ ୩ୟ, ୱେଷ୍ଟଇଣ୍ଡିଜର ହେଲ୍ଲି ମାଥ୍ୟୁସ ୪ର୍ଥ, ଭାରତର ସ୍ମୃତି ମାନ୍ଧାନା ୫ମ, ଅଷ୍ଟ୍ରେଲିଆର ତାହ୍ଲିଆ ମ୍ୟାକ୍ଗ୍ରା ୬ଷ୍ଠ, ଭାରତର ଶେଫାଳି ବର୍ମା ୭ମ, ନ୍ୟୁଜିଲାଣ୍ଡର ଆମେଲିଆ କେର ଅଷ୍ଟମ, ଶ୍ରୀଲଙ୍କାର ଚାମିରା ଆଟାପଟୁ ୯ମ ଓ ଭାରତର ହରମନପ୍ରୀତ କୌର ୧୦ମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାର ଶୀର୍ଷରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍ ଅଛନ୍ତି। କେର୍ ୱେଷ୍ଟଇଣ୍ଡିଜ୍ର ହେଲି ମାଥ୍ୟୁସଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମାଥ୍ୟୁସ ଶୀର୍ଷରୁ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ଶ୍ରୀଲଙ୍କାର ଚାମିରା ଆଟ୍ଟାପଟୁ ୩ୟ, ଅଷ୍ଟ୍ରେଲିଆର ଆସ୍ଲେ ଗାର୍ଡନର ୪ର୍ଥ ଓ ଭାରତର ଦୀପ୍ତି ଶର୍ମା ୫ମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଇଂଲଣ୍ଡର ଲିନ୍ସେ ସ୍ମିଥ୍ ଶୀର୍ଷରେ ରହିଛନ୍ତି। ପାକିସ୍ତାନର ସାଦିଆ ଇକବାଲ ୨ୟ, ଇଂଲଣ୍ଡର ଲୌରେନ ବେଲ୍ ୩ୟ, ଇଂଲଣ୍ଡର ଚାର୍ଲି ଡିନ୍ ଚତୁର୍ଥ, ଦକ୍ଷିଣ ଆଫ୍ରିକାର ନନ୍କୁଲାକୁ ମାଲାବା ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତୀୟ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ୧୦ମ ସ୍ଥାନରେ ରହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.