ଖରା ଛୁଟି ପୂର୍ବରୁ ପହଞ୍ଚିବ ବହି- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଆଶ୍ବାସନା

0

ଭୁବନେଶ୍ବର: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ବହି ପହଞ୍ଚିବ। ବହି ନେଇ ପିଲାଙ୍କ କିଛି ସମସ୍ୟା ହେବନି ବୋଲି ଆଶ୍ବାସନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ୯୦ ପ୍ରତିଶତ ବହି ଛପା ସରିଲାଣି।  ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦ ପ୍ରତିଶତ ବହି ଖରା ଛୁଟି ପୂର୍ବରୁ ପହଞ୍ଚିବ। ଯେଉଁଠି ବହି ଛପା ଯାଉଛି ସେଠାରେ କିଛିଟା ପ୍ରିଣ୍ଟିଙ୍ଗ ରେ ସମସ୍ୟା ପାଇଁ ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏଥିପାଇଁ ବହି ବଣ୍ଟାରେ ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.