ଜୀବନ ଯନ୍ତ୍ରଣା

ମନୋଜ କୁମାର ଦାସ

ଅସହାୟ
ଅସମର୍ଥ ବୋଲିତ
ସାମ୍ନା କରୁଛି
ପ୍ରତିଟି ମୁହୂର୍ତ୍ତରେ
ଅସୁମାରୀ କଷ୍ଟକୁ l

ବଞ୍ଚିବାର ମୋହ ଛାଡ଼ିନି
ପେଟ ଚାଖଣ୍ଡେ ପାଇଁ
ଅଭିନୟ କରିବାକୁ ହେବ
ଖଣ୍ଡିଏ ରୋଟି, ମୁଠାଏ ଭାତ
ଆଉ କିଛି ଲୋଡା ନାହିଁ l

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
ଲେଖା ଅଛି କପାଳରେ
ସୁଖ ଶାନ୍ତିର ସଂଜ୍ଞା
ଆକାଶ କଇଁଆ ଚିଲିକା ମାଛ l

ଈଶ୍ୱର ମୋତେ ସୃଷ୍ଟି କରି
କି ଲାଭ ପାଇଲ
ଜୀବନ ସାରା ଯନ୍ତ୍ରଣାକୁ
ପିଠିରେ ଲଦି ଦେଇ
ବାଟ ଚାଲ ବାଟ ଚାଲ
ତୋ ପଛରେ ରହିଛି l
++++++++++++++++++
ଆଳିଜଙ୍ଗା, କପାଳେଶ୍ଵର,
କେନ୍ଦ୍ରାପଡ଼ା
୯୯୩୭୧୭୮୭୫୫

Comments are closed.