ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ।

୩ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ।

0

ଭୁବନେଶ୍ୱର : ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ। ଫିଲ୍ମ ଦେଖିବା ବେଳେ ହୋହାଲ୍ଲାରୁ ମାରପିଟ୍। ଫିଲ୍ମ ହଲରେ ମାରପିଟ୍ ପରେ ଭଙ୍ଗାରୁଜା । ଫିଲ୍ମ ସିନ୍ ଦେଖି ହୋହାଲ୍ଲା କଲେ କିଛି ଯୁବକ । ହୋହାଲ୍ଲାକୁ ବିରୋଧ କରିବାରୁ ଗଣ୍ଡଗୋଳ। ଜଣେ ନାବାଳକଙ୍କ ସମେତ ୩ ଜଣ ଗିରଫ। ୩ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ।ସୂଚନାଯୋଗ୍ୟ ୨୦.୦୫.୨୦୨୬ ରେ, ସିନେମା ହଲରେ ରାତି ୧୦.୧୦ ରୁ ୦୧.୧୦ ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ର “ମନ୍ତ୍ରମୁଗ୍ଧା” ପ୍ରଦର୍ଶନ ସମୟରେ, ସିନେମା ହଲ ଭିତରେ ଦର୍ଶକଙ୍କ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମହିଳା ଦର୍ଶକଙ୍କ ପ୍ରତି ଉଚ୍ଚ ସ୍ୱରରେ ଅଶ୍ଳୀଳ ଏବଂ ଅପମାନଜନକ ଭାଷା ବ୍ୟବହାର କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ।

ଯେତେବେଳେ ହଲର କର୍ମଚାରୀ ଅଜିତ କୁମାର ପାତ୍ର ପ୍ରତିବାଦ କରିଥିଲେ ଏବଂ ଏପରି ଆଚରଣ ବନ୍ଦ କରିବାକୁ କହିଥିଲେ, ଅଭିଯୁକ୍ତମାନେ କ୍ରୋଧିତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ପ୍ରାୟ ୭-୮ ଜଣ ବ୍ୟକ୍ତି କର୍ମଚାରୀଙ୍କୁ ଟାଣି ଆଣି ଶାରୀରିକ ଆକ୍ରମଣ କରିଥିଲେ, ଏବଂ ଯେତେବେଳେ ଅଭିଯୋଗକାରୀ ସେଥିରେ ହସ୍ତକ୍ଷେପ କରିଥିଲେ, ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ, ଅଭିଯୁକ୍ତଙ୍କ ପ୍ରାୟ ୩୦ ଜଣ ସହଯୋଗୀ ଏକତ୍ରିତ ହୋଇ ଯୋଜନାବଦ୍ଧ ଭାବରେ ସିନେମା ହଲ କର୍ମଚାରୀଙ୍କୁ ପଥର ସାହଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ।

ମରଣାନ୍ତକ ଆକ୍ରମଣ ଯୋଗୁଁ ଅନେକ ଦର୍ଶକଙ୍କ ଗାଡ଼ି ଏବଂ କାର୍ କାଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ସୂଚନା ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଭୋଇ ନଗରର ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପୀଡିତମାନଙ୍କୁ ଭିଡ଼ରୁ ଉଦ୍ଧାର କରିଥିଲେ । ଏହି ସମଗ୍ର ଘଟଣା ମହାରାଜା ସେନେମ ହଲରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି, ଉଭୟ ଅଭିଯୁକ୍ତଙ୍କୁ ଗିରଫ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଉଭୟ ନିଜର ଦୋଷ ସ୍ୱୀକାର କରିଥିଲେ ।
Leave A Reply

Your email address will not be published.