ଭୁବନେଶ୍ୱର : ସାଧାରଣ ଜନତାଙ୍କ ପକେଟ୍କୁ ପୁଣି ଝଟ୍କା। ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
ଅର୍ଡିନାରୀ ବସ୍ ୮୮ ପଇସାରୁ ବୃଦ୍ଧି ପାଇ ୯୦ ପଇସା (କିମି ପିଛା), ଏକ୍ସପ୍ରେସ୍ ବସ୍ ୯୨ ପଇସାରୁ ବୃଦ୍ଧି ପାଇ ୯୪ ପଇସା (କିମି ପିଛା), ଡିଲକ୍ସ ବସ୍ ୧ ଟଙ୍କା ୨୭ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୩୧ ପଇସା (କିମି ପିଛା), ଏସି ଡିଲକ୍ସ ୧ ଟଙ୍କା ୫୫ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୫୯ ପଇସା (କିମି ପିଛା), ସୁପର ପ୍ରିମିୟମ ୨ ଟଙ୍କା ୪୧ ପଇସାରୁ ବୃଦ୍ଧି ପାଇ ୨ ଟଙ୍କା ୪୭ ପଇସା (କିମି ପିଛା) ବୃଦ୍ଧି ପାଇଛି।
Comments are closed.