ନୟାଗଡ଼ (୧୫/୦୫): ନିପୁଣ ଓଡ଼ିଶା ସେଲ୍ ର ରାଜ୍ୟ ଉପଦେଷ୍ଟା ରୀଟାମନି ବୋରହା ଓଡ଼ଗାଁ ଗସ୍ତରେ ଆସି ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚିଥିଲେ।ଏ ଅବସରରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ଲକ ଶିକ୍ଷାଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ଶିକ୍ଷାଧିକାରୀ ରାଜକିଶୋର ସାହୁ,ରଘୁନାଥ ମଲ୍ଲିକ, ରୁକ ନାୟକଙ୍କ ସମେତ ବ୍ଲକ୍ ଅନ୍ତର୍ଗତ ସମସ୍ତ ପନ୍ଦରଟି କ୍ଲଷ୍ଟରର ସିଆରସିସିମାନେ ଯୋଗଦେଇଥିଲେ।ଉକ୍ତ ବୈଠକରେ ଦୀର୍ଘ ଦୁଇଘଣ୍ଟା ଧରି ବିଭିନ୍ନ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ମନିଟରିଂ କରି ସଠିକ ତଥ୍ୟ ପ୍ରଦାନ କରିବା,ସମସ୍ତ ବିଦ୍ୟାଳୟର ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ନିଜକୁ ନିପୁଣ ଆପ୍ ମାଧ୍ୟମରେ ପଞ୍ଜୀକରଣ କରିବା, ମନ୍ଥର ଶିକ୍ଷାର୍ଥୀମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାସହ ଭାଷା ଓ ଗଣିତ ଶିକ୍ଷଣ ତଥା ସେମାନଙ୍କ ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ପାଇଁ ଯତ୍ନବାନ ହେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଓଡ଼ଗାଁ ବ୍ଲକ୍ ଅଧୀନସ୍ଥ ସମସ୍ତ ଅଠରଟି ନିପୁଣ ବିଦ୍ୟାଳୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାସହ ଆସନ୍ତା ଜୁନ୍ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିପୁଣ ଆପ୍ ଲଞ୍ଚ୍ କରିବା ନେଇ ଶ୍ରୀମତୀ ବୋରହା ସୂଚନା ଦେଇଥିଲେ ଏବଂ ଓଡ଼ଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକ୍ରମଗୁଡ଼ିକର ଅନୁଶୀଳନ କରି ଖୁସି ପ୍ରକଟ କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼ ।
Sign in
Sign in
Recover your password.
A password will be e-mailed to you.
Comments are closed.