ବାଲେଶ୍ୱରରେ ଉଦଘାଟିତ ହେଲା ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବଜାର ସଚେତନତା କର୍ମଶାଳା

ବାଲେଶ୍ୱର, ୧୩/୫(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ୱର ଜିଲ୍ଲାରେ ଓରମାସ ଓ ମିଶନ ଶକ୍ତିର ସହଯୋଗରେ ୩ ଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ ‘କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା’ ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।
ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ କମ୍ୟୁନିଟି ଭିତ୍ତିକ ସଂଗଠନ (CBOs), ପ୍ରୋଡ୍ୟୁସର ଗ୍ରୁପ୍ (PGs), ପ୍ରୋଡ୍ୟୁସର କମ୍ପାନୀ (PCs), ଫାର୍ମର ପ୍ରୋଡ୍ୟୁସର ଅର୍ଗାନାଇଜେସନ୍ (FPOs) ଏବଂ ରୁରାଲ ପ୍ରୋଡ୍ୟୁସର ଇନଷ୍ଟିଟ୍ୟୁସନ/କ୍ଲଷ୍ଟର (RIPCs) ରୁ ମୋଟ ୬୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି।
ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ କରିବା। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ, ଏବଂ ଡିଜିଟାଲ/ଇ-କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
ଏହି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀମାନଙ୍କୁ ବ୍ୟବହାରିକ ଜ୍ଞାନ ଓ କୌଶଳ ଯୋଗାଇ ସେମାନଙ୍କର ଉତ୍ପାଦକୁ  ବଜାର ସହଯୋଗୀ କରାଇବା ସହ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରାଯିବ ବୋଲି କୁହାଯାଇଛି।

Comments are closed.