ଯାଜପୁର : ଏକାସଙ୍ଗେ ଜବତ ହେଲା ୫୭ଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର। କିଛି ଫାଙ୍କା ସିଲିଣ୍ଡର ବି ମିଳିଛି। କଳାବଜାରୀ ଲାଗି ଗଛିତ ଥିବା ଏସବୁ ସିଲିଣ୍ଡରକୁ ଜବତ କରିଛି ଯାଜପୁର ଯୋଗାଣ ବିଭାଗ। ଚଣ୍ଡିଖୋଲ ସ୍ୱାଇଁ ମାର୍କେଟ ନିକଟରେ ଏକ ଦୋକାନ ଘରେ ଏସବୁ ମହଜୁଦ ରଖାଯାଇଥିଲା। ଯୋଗାଣ ବିଭାଗର ଚଢାଉ ବେଳେ ଦୋକାନ ମାଲିକ ଉପସ୍ଥିତ ନଥିବା ବେଳେ ଦୋକାନରେ ଚାବି ପଡିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନ ଚାବି ଭାଙ୍ଗି ଯୋଗାଣ ବିଭାଗ ସ୍କ୍ୱାର୍ଡ ଗଚ୍ଛିତ ଥିବା ଗ୍ୟାସ ସିଲିଣ୍ଡରକୁ ଜବତ କରିଥିଲା। ଏନେଇ ଥାନାରେ ମାମଲା ଦିଆଯିବା ସହ ଯେଉଁମାନେ ଗ୍ୟାସ ସଙ୍କଟ ସମୟରେ ଏଭଳି ବେଆଇନ କଳାବଜାରୀ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.