୨ ବର୍ଷ ଭିତରେ ଦ୍ବିତୀୟ ଥର ମିଳିପାରିବ ମାତୃତ୍ବକାଳୀନ ଛୁଟି

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ କର୍ମଜୀବୀ ମହିଳାଙ୍କ ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରଥମ ଥର ଛୁଟି ନେବାର ଦୁଇ ବର୍ଷ ଭିତରେ ପୁନଃ ମାତୃତ୍ବକାଳୀନ ଛୁଟି ନେବାକୁ ମନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମଙ୍ଗଳବାର ଏକ ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଜଷ୍ଟିସ୍ କରୁଣେଶ ସିଂହ ପାୱାରଙ୍କ ପୀଠ ମନୀଷା ଯାଦବଙ୍କ ଯାଚିକାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ଯାଚିକା ଆବେଦନକାରୀଙ୍କ ଦ୍ବିତୀୟ ଥର ମାତୃତ୍ବକାଳୀନ ଛୁଟି ଆବେଦନ ନାମଞ୍ଜୁର କରିଦିଆଯାଇଥିଲା। ୪ ଏପ୍ରିଲ ୨୦୨୬ର ଆଦେଶକୁ ସେ ଚାଲେଞ୍ଜ କରିଥିଲେ। ମାଟରନିଟି ବେନିଫିଟ୍ ଆକ୍ଟ-୧୯୬୧ ଏକ କଲ୍ୟାଣକାରୀ ଆଇନ୍ ମାତ୍ର, ରାଜ୍ୟ ସରକାର ଆର୍ଥିକ ହ୍ୟାଣ୍ଡବୁକ୍ ନିୟମ ୧୫୩(୧) ଅନୁସାରେ ମାତୃତ୍ବକାଳୀନ ଛୁଟି ମଧ୍ୟରେ ସର୍ବନିମ୍ନ ୨ ବର୍ଷର ବ୍ୟବଧାନ ରହିବା ବାଧ୍ୟତାମୂଳକ ବୋଲି ଦର୍ଶାଇଥିଲେ। ତେବେ ହାଇକୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ ନିଷ୍ପତ୍ତି ଶୁଣାଇଛନ୍ତି

Comments are closed.