କାମାକ୍ଷାନଗର : କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାପା, ପୁଅ ଗିରଫ। ପୋଲିସ ବାପା ଓ୨ ପୁଅଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତମାନେ ହେଲେ ବାପା ନିକୁଞ୍ଜ ରମଣ ଶତପଥୀ ଏବଂ ତାଙ୍କ ଦୁଇ ପୁଅ ଭାନୁପ୍ରକାଶ ଶତପଥୀ ଓ ଉଦିତ ସପ୍ନ ଶତପଥୀ l
ଏନଏସିର ୩ ନମ୍ବର ୱାର୍ଡ ମହିମାନଗର ସାହିକୁ ଯାଇଥିଲେ ଜନଗଣନାରେ ନିୟୋଜିତ ଥିଲେ ୪ ଜଣ କର୍ମଚାରୀ। ଅଭିଯୋଗ ଅନୁଯାୟୀ ଘରେ ପଶିବା ପରେ କିଛି ନବୁଝି ନଶୁଣି ସିିଧା ଆକ୍ରମଣ କରିଥିଲେ ପରିବାର ସଦସ୍ୟ।
ଘର ମାଲିକଙ୍କ ମାଡ଼ରେ ଜଣେ ମହିଳା କର୍ମଚାରୀଙ୍କ ସହ ୪ ଜଣ ଆହତ ହୋଇଥିଲେ। ତୁରନ୍ତ ଖବର ପାଇ ଘଟଣାସ୍ଥଳକୁ ଆସି କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଏବଂ ଥାନା ଅଧିକାରୀ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲେ।
Comments are closed.