ନୟାଗଡ଼ :(୨୧/୪) ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଭୋଟରତାଲିକାରୁ ବହୁତ ଭୋଟର ବାଦ ପଡିଯାଉଥିବାରୁ ନିର୍ବାଚନ କମିଶନର ଓଡ଼ିଶା ଙ୍କ ନିର୍ଦ୍ଦେଶ ଅନୁସାରେ ପୁଣି ଥରେ ବାଦ ପଡ଼ି ଥିବା ଭୋଟର ମାନଙ୍କ ବିଷୟରେ ବୁଝିବାପାଇଁ ଆଜି ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ବ୍ଳକ ନିର୍ବାଚନୀ ଅଧିକାରୀ ସୁଶ୍ରୀ ପ୍ରିତିବାଳା ରଣା ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା କୁରାଳ, କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତ ରଷୋହଳଟି ବୁଥର ଅନେକ ଗ୍ରାମ ବୁଲିଥିଲେ।ବି ଏଲ୍ ଓ ଆପ୍ ରେ ସୂଚୀତ ଥିବା ବାଦ ଭୋଟରଙ୍କ ବିଷୟରେ ବୁଝିବା ପାଇଁ କୁରାଳ, କୋମଣ୍ଡ ଭଗବତୀପ୍ରସାଦ, ରୋହିବାଙ୍କ, ନରସିଂହ ପ୍ରସାଦ ଓ ଧନୁର୍ଜୟପୁରର ଅନେକ ସାହିକୁ ଯାଇ ବାଦ ପଡ଼ି ଯାଉଥିବା ଭୋଟରଙ୍କ ବିଷୟରେ ଦ୍ୱାର ଦ୍ୱାର ବୁଲି ଗ୍ରାମର ଲୋକମାନଙ୍କ ଠାରୁ ଏବଂ ଭୋଟରଙ୍କ ପରିବାର ସଦସ୍ୟ ଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ପଚାରି ବୁଝିଥିଲେ।

ସେ ଭୋଟର କାହିଁକି ଏଠାରୁ ବାଦ ପଡିବେ,ସେ ମୃତ କି ଜୀବିତ, ଯଦି ସେ ଏଠାରୁ କଟିବେ ତେବେ ଅନ୍ୟ ବୁଥରେ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛିକି ନାହିଁ ଏପରି ବିଭିନ୍ନ ପ୍ରଶ୍ନ ସୁଶ୍ରୀ ରଣା ପଚାରି ବୁଝିଥିଲେ।ବୁଥ ସୁପରଭାଇଜର ରଞ୍ଜନ କୁମାର ଦାଶ,ବୁଥ ସ୍ତରୀୟ ଅଧିକାରୀ ରଞ୍ଜୁଲତା ସାହୁ,ବବିତା ଦଣ୍ଡସେନା ପ୍ରମୁଖ ବୁଥସ୍ତରୀୟ ଅଧିକାରୀ ମାନେ ସହଯୋଗ କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼ ।
Comments are closed.