ପୁଣି ତାଳଚେରରେ ଦବିଲା ରାସ୍ତା। ସୃଷ୍ଟି ହେଲା ୫ ଫୁଟ ଗଭୀର ଗର୍ତ୍ତ।

ଡେରା ପାଖ ପେଟ୍ରୋଲ ପମ୍ପ ନିକଟରେ ଦବିଲା ରାସ୍ତା। କୋଇଲା ଉତ୍ତୋଳନ ପରେ ବାଲି ଫିଲିଂ କରୁନଥିବା ଅଭିଯୋଗ

ତାଳଚେରରେ : ତାଳଚେରରେ ପୁଣି ଦବିଲା ରାସ୍ତା। ସୃଷ୍ଟି ହେଲା ବିରାଟ ଗାତ। ଡେରା ପେଟ୍ରୋଲ ପମ୍ପ ନିକଟ ମୁଖ୍ୟ ରାସ୍ତାରେ ବିରାଟ ଗାତ ଦେଖିବାକୁ ମିଳିଛି। ଗତ ଏହାର ଓସାର ପାଖାପାଖି ଦୁଇ ଫୁଟ ଓ ଗଭୀର ପାଞ୍ଚ ଫୁଟ ହେବ। ଗତ ବିଳମ୍ବିତ ରାତିରେ ଏହି ଗାତ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଛନ୍ତି। ଏଥିସହ ହାଣ୍ଡିଧୁଆଁଠାରୁ ବଲଣ୍ଡା ରାସ୍ତାରେ ଗାଡି ଚଳାଚଳ ଉପରେ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ହାଣ୍ଡିଧୂଆଁ ଗାଁ ନିକଟ ଏକ ଜମି ଧସିଥିବା ଦେଖିବାକୁ ମିଳିଥିଲା। କୋଇଲା ଖନନ ପରେ ସଠିକ ଭାବେ ବାଲି ଫିଲିଙ୍ଗ କରି ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା କୁହାଯାଉଛି। ତେବେ ଏନେଇ ସ୍ଥାନୀୟ ପ୍ରଶାସନ କି ମାଇନ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Comments are closed.