ଚାଲିଗଲେ ଗନ୍ଧର୍ବି ଆଶା

ଅର୍ଜୁନୀ ଚରଣ ବେହେରା

ଚାଲିଗଲେ ଗନ୍ଧର୍ବି ଆଶା
=============
ହୋଇଅଛି ସ୍ତବ୍ଧ ଆଜି ସଂଗୀତ ଜଗତ।
ଶୁଭୁନାହିଁ ଗନ୍ଧର୍ବିଙ୍କ ମଧୁବୋଳା ଗୀତ।।
ଭାରତୀୟ ଝିଅଟିଏ ନାମ ତା’ର ଆଶା।
ଦୁଇଟିଭଉଣୀ ତାର ଲତା ଆଉ ଉଷା।।
ପରତେ ନଯାଏ ମନ ସତ୍ୟ ନା ସପନ।
ଯୁଗଏକ ହୋଇଛି କି ଆଜ ଅବସାନ।।
ମୁଦ୍ରିତ ନୟନ ଆଜି ଶୋଇଛନ୍ତି ଆଶା।
ତୁଟାଇ ନଶ୍ୱର ଲୀଳା ସକଳ ଭରସା।।
ଗୀତ ଗାଉଥିଲା ଯଥା ଏକ ବୁଲ ବୁଲ।
ଭାରତକୋକିଳ ସେହି ଝିଅ ଚୁଲବୁଲ।।
ଖସି ପଡ଼ିଅଛି ହୋଇ କିବା କକ୍ଷଚ୍ୟୁତ।
ସଙ୍ଗୀତଆକାଶୁ ସେହି ଉଜ୍ଜ୍ୱଳ ନକ୍ଷତ୍ର।।
ସବୁରିହୃଦୟେ ଆଶା କରିଥିଲେ ବସା।
ସଙ୍ଗୀତ ତାଙ୍କର ସବୁ ବହୁବିଧ ଭାଷା।।
ଆଉ କିଏ ତୁମ ପରି ଗୀତ ଶୁଣାଇବ ।
ସଙ୍ଗୀତନଭରେ ତବ ସ୍ଥାନ ଥିବ ଧ୍ରୁବ।।
କାନନ କଳିକା ତୁମ୍ଭେ ଅଟ ଶକୁନ୍ତଳା।
ସରସ୍ୱତୀ ବରପୁତ୍ରୀ ତୁମ୍ଭେତ କୁନ୍ତଳା।।
ହୋଇଛି ହୋଇଛି ଯୁଗଏକ ଅବସାନ।
ଆଶାଭଉଣୀ ଆମ୍ଭର ଶ୍ରଦ୍ଧାଞ୍ଜଳି ଘେନ
ଶ୍ରଦ୍ଧାଞ୍ଜଳୀ ଘେନ।।
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.