ଭୁବନେଶ୍ୱର : ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ। ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ସିଲିଣ୍ଡର। ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ ସେମାନେ କିଣିପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ତେବେ ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ପରିଚୟ ପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ। e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ ବୋଲି ବିଭାଗ କହିଛି।
ତେବେ ବେଆଇନ୍ ଗଚ୍ଛିତ ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ବେଇଆନ ଭାବେ ସିଲିଣ୍ଡର କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି। ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ୫ କେଜି ଗ୍ୟାସ ବିକ୍ରି ହୋଇପାରିବନି କହିବା ପରେ ଆଜି ଆସିଛି ଏହି ସ୍ପଷ୍ଟୀକରଣ।
Comments are closed.