କବି ନିରାକାର ଦାସଙ୍କୁ “ବିପ୍ଳବୀକବି ଆନନ୍ଦ ଚନ୍ଦ୍ର ଜେନାସ୍ମୃତି ସମ୍ମାନ”

ଭୁବନେଶ୍ୱର: “ଦୁଃଖିନୀକନିକା”ର ଲେଖକ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ରଜେନାଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ “ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର” ଉନ୍ମୋଚନ ଉତ୍ସବ ଅବସରରେ ବିଶିଷ୍ଟକବି, ଲେଖକ ତଥା ପୂର୍ବ ତଟ ରେଳପଥର ବରିଷ୍ଠ ଜନ ସଂପର୍କ ଅଧିକାରୀ ନିରାକାର ଦାସଙ୍କୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ “ବିପ୍ଳବୀକବି ଆନନ୍ଦ ଚନ୍ଦ୍ରଜେନା ସ୍ମୃତି ସମ୍ମାନ”ରେ ସମ୍ମାନିତ କରିଛନ୍ତି । ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଧାରାର କବିଶ୍ରୀ ଦାସଙ୍କ କବିତାରେ ବୈପ୍ଳବିକ ସ୍ୱର ଏବଂ ଅନ୍ୟାୟ, ଅନିତୀ ଓ ଅସମାନତା ବିରୁଦ୍ଧରେ ତାଙ୍କ ଲେଖନୀ ଚାଳନା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ାସ୍ଥ ଟାଉନ୍‌ହଲ୍‌ ଠାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ଖାଦ୍ୟ ଯୋଗାଣ, ଖାଉଟୀ କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନିଳମଣୀ ସାମଲ, ସ୍ମୃତି କମିଟି ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ, ସଭାପତି କରୁଣାକର ଦାସ, ସଂପାଦକ ରମଣୀ ରଞ୍ଜନ ରାଉତରାୟ, ପ୍ରକାଶକ ଡ. ହୟଗ୍ରୀବଗୁରୁ, ଏବଂ ଆଇନଜ୍ଞ ତଥା ବିପ୍ଳବୀ ଆନନ୍ଦ ଚନ୍ଦ୍ରଜେନାଙ୍କ ଦାୟଦ ସଂଜୟ ଜେନା ଅତିଥି ଭାବେ ମଞ୍ଚାସୀନ ଥିଲେ ।

Comments are closed.