କେନ୍ଦୁଝର : ରାତିରେ ଠିକାଦାରଙ୍କୁ ଘରୁଡାକି ମଦ ପିଇବାକୁ ଟଙ୍କା ମାଗିଲେ , ଟଙ୍କା ନଦେବାରୁ ସଂଘବଦ୍ଧ ହୋଇ ଠେଙ୍ଗାରେ ଆକ୍ରମଣ କରିଲେ । ଏହାସହିତ ବିଧା ଗୋଇଠା ସହ ଠେଙ୍ଗା ମାଡରେ ଠିକାଦାରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅତାସାହି ଗାଁର ଡିହସାହିରେ ।
ମୃତକ ବିପିନ ପରିଡା ଗତିକାଲି ବିଳମ୍ବିତ ରାତିରେ ଶୋଇବାକୁ ଯାଉଥିବା ସମୟରେ ସେହି ଗାଁର ବାଣ୍ଠୁ ନାୟକ, ରବିନାଇ, ବାଦଲ ନାଇକ ଆସି ମଦ ପିଇବାକୁ ବିପିନଙ୍କୁ ୫୦୦ ହଜାର ଟଙ୍କା ମାଗିଥିଲେ, ଟଙ୍କା ଦେବାକୁ ମନା କରିବାରୁ ସେମାନଙ୍କ ସହ ବିପିନଙ୍କ ପ୍ରଥମେ ବଚସା ହୋଇଥିଲା ।
ଏଥିରେ ଉତକ୍ଷିପ୍ତ ହୋଇ ବିପିନଙ୍କୁ ବିଧା ଗୋଇଠା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଖବରପାଇ ଘଷିପୁରା ପୁଲିସ ଗାଁରେ ପହଁଞ୍ଚି ତଦନ୍ତ ଚଳାଇଛି । ଆକ୍ରମଣକାରୀଙ୍କ ମଧ୍ୟରେ ୪ରୁ ଅଧିକ ଥିବା କୁହାଯାଉଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ଘର ଚିହ୍ନଟ କରିଛିନ୍ତି ବିପିନଙ୍କ ପରିବର ଲୋକେ । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ କାହାରିକୁ ସେମାନଙ୍କୁ ଧରିବାକୁ ପୁଲିସ ଖୋଳତାଡ ଜୋରଦାର କରିଛି ।
Comments are closed.