ଜଙ୍ଗଲ ମଧ୍ୟରୁ ୧ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ ।

0

ଗଜପତି, 27/8(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ କାଦମୁଳି ଗ୍ରାମ ପଛପଟ ପାହାଡ଼ିଆ ଜଙ୍ଗଲରୁ ୯ କ୍ରିଣ୍ଟାଲ୍ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରୁ ବେଆଇନ ଗଞ୍ଜେଇ କାରବାରକୁ ସମ୍ପୂର୍ଣ ଭାବେ ନିର୍ମୁଳ କରିବା ପାଇଁ ନିର୍ଦେଶକ୍ରମେ ଆର. ଉଦୟଗିରି ଥାନ ଆଇଆଇସି କଳ୍ପଲତା ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ୍ ଛେଳିଗଡ଼, ମହେନ୍ଦ୍ରଗଡ଼, ସିଆଳିଲଟି, କଣକଟା ଓ ପୁରୁଣାପାଣି ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଓ
ୱାରେଣ୍ଟ ଧରପଗଡ଼ରେ ନିୟୋଜିତ ଥିଲେ। ଏହି ସମୟରେ କାଦମୁଳି ଗ୍ରାମ ପଛପଟ ପାହାଡ଼ିଆ ଜଙ୍ଗଲରେ ରାଜ୍ୟ ବାହାରକୁ ଚୋରାଚାଲାଣ ଉଦ୍ଦେଶ୍ୟରେ ଗଞ୍ଜେଇ ଲୁଚାଇ ରଖାଯାଇଥିବା ସୂଚନା ପାଇଥିଲେ। ଆର. ଉଦୟଗିରି ପୋଲିସର ଏକ ଟିମ ପହଞ୍ଚି ଯାଞ୍ଚ କରିବା ପରେ ବିଭିନ୍ନ ସ୍ଥାନରୁ ୩୦ ଗୋଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ମିଳିଥିଲା। ଏନେଇ ଆର.ଉଦୟଗିରି ଥାନାରେ କେସ୍ ନମ୍ବର ୧୫୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଘଟଣା ନେଇ କାହାକୁ ଗିରଫ କରାଯାଇନାହିଁ. ପୋଲିସ ଚଢାଉକୁ ଆସୁଥିବା ଜାଣି ଗଞ୍ଜେଇ ମାଫିଆମାନେ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ସୂଚନା ମିଳିଛି. ପୋଲିସ ସେମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.