ଗଜପତି 27/8(ମନୋଜ ପାଢ଼ୀ):ଆନ୍ଧ୍ରର ‘ନେରେଡି’ ପ୍ରକଳ୍ପ ପାଇଁ ଗଜପତିର 2 ହଜାର ଚାଷୀ 106 ରୁ ଉର୍ଦ୍ଧ ଏକର ଚାଷ ଜମି ଓ ବାସଗୃହ ହରାଇବେ. ଏଥିନେଇ ଚାଷୀ ଓ ଅଞ୍ଚଳବାସୀଙ୍କ ଠାରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ସର୍ବସାଧାରଣରେ ଏହାକୁ ଦୃଢ ବିରୋଧ କରାଯାଉଛି । ଏନେଇ ସାଧାରଣଙ୍କ ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏନେଇ କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଥିବା ସହ ଓଡ଼ିଶା ଓ ଆନ୍ଧ୍ରର ସମ୍ପୃକ୍ତ ଅଧିକାରୀ ଯୁଗ୍ମ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ସେପଟେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଖବର ପ୍ରଚାର ହେବା କ୍ଷଣି ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୫ଟି ଗାଁର ୨୦୦୦ ପରିବାର ବାସଗୃହ ଓ ଚାଷଜମି ହରାଇବା ନିଶ୍ଚିତ ହୋଇପଡିଛି | ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରାଯାଇ ନଥିବା ଅଭିଯୋଗ ହୋଇଛି. ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରସ୍ତାବିତ ବ୍ୟାରେଜ୍ର ଉଚ୍ଚତା ପ୍ରାୟ ୧୮ ଫୁଟ ହେବ ନଦୀଠାରୁ ପ୍ରାୟ ୧୦ ଫୁଟ ତଳେ କିଛି ଗାଁ ରହିଥିବାରୁ ବ୍ୟାରେଜ୍ ନିର୍ମାଣ ପରେ ଜଳସ୍ତର ବୃଦ୍ଧି ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଶହ ଶହ ଏକରଚାଷଜମି ଜଳମଗ୍ନ ହେବା ସହ ବଂଶଧାରା ଉପରେ ନିର୍ଭରଶୀଳ ଉଠାଜଳସେଚନ ପ୍ରକଳ୍ପ ପ୍ରଭାବିତ ହେବ ସେହିପରି ଏହି ବ୍ୟାରେଜ୍ର ସୁଫଳ କେବଳ ଆନ୍ଧ୍ର ଚାଷୀ ପାଇବେ। ‘ଓଡ଼ିଶା ଚାଷୀ ଜମି ହରାଇବେ, ଆନ୍ଧ୍ର ଚାଷୀ ସୁନାର ଫସଲ ଉତ୍ପାଦନ କରିବେ. ଏହାର ଦୃଢ଼ ପ୍ରତିବାଦ କରି ଗଜପତି ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ସମିତିସଭ୍ୟ ଜଗନ୍ନାଥ ଦୋରା, ବଂଶଧାରା ସୁରକ୍ଷା ମଞ୍ଚର ସଭାପତି ବ୍ରଜମୋହନ ନାୟକ ଓ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.