୮୦ ଗ୍ରାମର ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଯାଜପୁର: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରୁ ଆଜି ୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି।  ଗିରପ ଅଭିଯୁକ୍ତ ହେଲା ଯାଜପୁର ରୋଡ଼ ଅଂଚଳର ଅଜୁ ଦାସ। ପୂର୍ବରୁ ମଧ୍ୟ ସେ ବ୍ରାଉନୁସୁଗାର କାରବାର ଘଟଣାରେ ଧରାପଡିଥିଲା। ଜବତ ହୋଇଥିବା ବ୍ରାଉନୁସୁଗାର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଅଜୁ କେଉଁଠାରୁ ଏହି ବ୍ରାଉନସୁଗାର ଆଣୁଥିଲା ଏବଂ ଏହାକୁ କେଉଁଠାକୁ ପଠାଉଥିଲା, ତଦନ୍ତ ପରେ ଜଣାପଡ଼ିବ।

Comments are closed.