ମହିୟସୀ ସରୋଜିନୀ ସାମଲଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0

ପଟ୍ଟାମୁଣ୍ଡାଇ୩୦/୮;  ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବର୍ଷିୟାନ ସମାଜସେଵୀ ବରାହ ଚରଣ ସାମଲଙ୍କ ପତ୍ନୀ ପରୋପକାରୀ, ଧର୍ମପ୍ରାଣା ମୟୀ ୟସୀ ମହିଳା ସରୋଜିନୀ ସାମଲଙ୍କ ୫ମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦର ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କଷଣଅଣ୍ଟା ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଜେନା,କଥାକାର ପ୍ରଦୀପ ନାୟକ, ଅଭୟ ଖିଲାର ବାବାଜୀ ସ୍ୱାଇଁ,ସୁବ୍ରତ ସାମଲ ପ୍ରମୁଖ ଯୋଗ ଦେଇ ଦିବଂଗତା ସରୋଜିନୀଙ୍କ ସ୍ମୃତି ଚାରଣ କରିବା ସହିତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରତି ବର୍ଷ ପରି ଦୁସ୍ଥ ଅସହାୟ ଏବଂ ବନ୍ୟା ବିପନ୍ନ ପରିବାରକୁ ଅଟା, ସୁଜି, ଚୁଡା, ବିସ୍କୁଟ, ସୋରିଷତେଲ, ଅମୁଲ,ଛତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶର୍ମିଷ୍ଠା ନାୟକ ଯୁବ ସମାଜସେଵୀ ସଂଗ୍ରାମ ସାମଲ, ଅକ୍ଷୟ ଦାସ,ସିଦ୍ଧାର୍ଥ ସାମଲ ପ୍ରମୁଖ ସରୋଜିନୀ ସାମଲ ସ୍ମୃତି ସଂସଦର ସଦସ୍ୟମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.