ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଦୁଇ ଗ୍ରାମରେ ଦୁଇ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର ମଳିକ(୫୬)। ଅନ୍ୟଜଣେ ବଳରାମପୁର ଗ୍ରାମର ମଙ୍ଗ ମଳିକ (୬୩)। ଦୁଇ ଜଣ ଯାକ ପୃଥକ ପୃଥକ ଭାବେ ଗୁରୁବାର ଅପରାହ୍ନରେ ନିଜ ନିଜ ଗ୍ରାମର ବିଲକୁ ଧାନ କାମ କରିବାକୁ ଯାଇ କାମ କରୁ ଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ଜଣ ଯାକ ପଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଆସି ଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୃଥକ ପୃଥକ ମାମଲା ରୁଜୁକରି ବ୍ୟବଛେଦ ପାଇଁ ପଠାଇଛନ୍ତି। ସେହିପରି ଗୋପାଳପୁର ପଞ୍ଚାୟତ ଫତେପୁର ଗ୍ରାମର ବାସନ୍ତୀ ପାତ୍ର(୩୮) ବିଲକୁ କାମ କରିବାକୁ ଯାଇ ଫେରୁ ଥିବା ସମୟରେ ବଜ୍ରପାତ ହୋଇଥିଲା। ସେଠାରେ ସଂଜ୍ଞାହୀନ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବାର ଜଣା ପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Comments are closed.