ଫୁଲବାଣୀ: ଅବକାରୀ ମୋବାଇଲ ୟୁନିଟି ରାଣୀପଥର ତନଖି ଫାଟକରେ ଯାନବାହନ ତନଖି କରୁଥିବା ବେଳେ ଗୋଟିଏ ଇଣ୍ଡିଗୋ ଇସିଏସ୍ କାର ସହ ୧୮ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ବେଆଇନ ଗଞ୍ଜେଇ ପରିବହନ ଅଭିଯୋଗରେ ୪ ଜଣ ଯୁବକଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ୟୁନିଟି। ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ଗ୍ରାମର ପ୍ରକାଶ ଦିଗାଲ ବୟସ ୪୮ବର୍ଷ, ସାଗର କୁମାର କହଁର ବୟସ ୨୨ବର୍ଷ, ବିନୋଦ କହଁର ବୟସ ୪୨ବର୍ଷ, ବାଳକୃଷ୍ଣ କହଁର ବୟସ ୪୯ବର୍ଷ। ଏନେଇ ଅବକାରୀ ମୋବାଇଲ ୟୁନିଟି ପକ୍ଷରୁ ୧୦୮/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.