ପିପିଳିଆରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ପାଟଣା :ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହା ବିଦ୍ୟାଳୟ ରେ ଚାଲିଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଆଜିର ଅନ୍ତିମ ଦିବସ ରେ ରଙ୍ଗା ରଙ୍ଗ ପରିବେଶରେ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିରାକାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଓକିଲ ସଂଘର ସଭାପତି ଆଶିଷ ଚକ୍ରବର୍ତ୍ତୀ ଓ ବରେଣ୍ୟ ଅତିଥି ଭାବେ ଘଷିପୁରା ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସମ୍ମାନୀତ ଅତିଥି ଭାବେ ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ନାୟକ ,ପିପିଳିଆ ସରପଞ୍ଚ ଗୋଲାପ ନାୟକ ,ଜିଲ୍ଲା ଯୁବ ବିଜେଡି ଉପସଭାପତି ଏସ୍ କେ ଇମରାନ ,ଶଙ୍କର୍ଷଣ ବେହେରା ପ୍ରମୁଖ ଯୋଗ ଦେଇଥିବାବେଳେ +୩ ଅଧ୍ୟକ୍ଷ ଦୈତାରୀ ମହାନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

Comments are closed.