ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ : ୫ ଦିନ ପରେ ବି ମିଳୁନି ପତ୍ତା, ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ

0

ଆଳି: କେନ୍ଦ୍ରାପଡ଼ା ଆଳି ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ ।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧିନ ବାଟିପଡ଼ା ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ ।  ୫ ଦିନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ  ।  ନ୍ୟାୟ ଦାବିରେ ଆଳି ଥାନା ଘେରିଲେ ଗ୍ରାମବାସୀ ।  ମହାଦେଇପାଟଣା ଗାଁରେ ଗାଡ଼ି ଭଙ୍ଗାରୁଜାକୁ ନେଇ ହୋଇଥିଲା ଆକ୍ରମଣ ।

ଗାଡି ଭଙ୍ଗା ରୁଜାକୁ କେନ୍ଦ୍ର କରି ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ ! କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗାଁରେ ଗାଡି ଭଙ୍ଗାରୁଜାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ପରେ ଅପହରଣ କରାଇଥିବାର ଅଭିଯୋଗ ହୋଇଛି ।  ଏନେଇ ଯୁବକଙ୍କ ବାପା ଅରୁଣ କୁମାର ସେଠୀ ଆଳି ଥାନାରେ ଗତ ୨୯ତାରିଖ ଦିନ ଏତଲା କରିଛନ୍ତି ।

Leave A Reply

Your email address will not be published.