ଗଜପତି, ୪।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିୟମଠାରେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୨, ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ବକ୍ସିଂ ଚାମ୍ପିଅନସିପ ୨୦୨୬- ୨୭ରେ ଗଜପତି ଜିଲ୍ଲାର ଯୁବ ବକ୍ସରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୧୪ ବର୍ଷରୁ କମ ବାଳକ ବର୍ଗରେ ଗଜପତି ଦଳ ମୋଟ ୬ ଗୋଟି ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି।ପଦକ ହାସଲ କରିଥିବା ବିଜେତାଙ୍କ ମଧ୍ୟରେ ୪୮ କିଲୋଗ୍ରାମ ବର୍ଗରେ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦିବ୍ୟ ବେନିଆ ସ୍ୱର୍ଣ୍ଣ ପଦକ, ୪୬ କିଲୋଗ୍ରାମ ବର୍ଗରେ ପାରଳାଖେମୁଣ୍ଡି ପି.ଏମ୍. ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଆର୍. ରୋହିତ କାଂସ୍ୟ ପଦକ, ୫୦ କିଲୋଗ୍ରାମ ବର୍ଗରେ ପଦ୍ମପୁର ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଗର ମଣ୍ଡଳ ସ୍ୱର୍ଣ୍ଣ ପଦକ, ୫୪ କିଲୋଗ୍ରାମ ବର୍ଗରେ ଗୁରାଣ୍ଡି ଏମ୍.କେ.ସି.ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚନ୍ଦନ ଗୟା ରୌପ୍ୟ ପଦକ ହାସଲ କରିଛନ୍ତି।ସେହିପରି ୫୭ କିଲୋଗ୍ରାମ ବର୍ଗରେ ଗୁରାଣ୍ଡି ଏମ୍.କେ.ସି.ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଗନ ବେନିଆ ଏବଂ ୭୫ କିଲୋଗ୍ରାମ ବର୍ଗରେ ପାରଳାଖେମୁଣ୍ଡି ପି.ଏମ୍. ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଗଗନ ବେନିଆ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଏହି ସଫଳତା ପାଇଁ ଗଜପତିର ଏହି ଯୁବ ବକ୍ସରମାନଙ୍କୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ର ମଧ୍ୟ ସମସ୍ତ ଚାମ୍ପିଅନ୍ଙ୍କୁ ଅଭିନନ୍ଦନ ଜଣାଇବା ସହ ଜାତୀୟସ୍ତରରେ ଉଚ୍ଚ ସ୍ତରୀୟ ପ୍ରଦର୍ଶନ କରିବା ପାଇଁ ପ୍ରେତ୍ସାହିତ କରିଛନ୍ତି।ଦଳର ପ୍ରଶିକ୍ଷକ ରାମକୃଷ୍ଣ ବେନିଆ ଏବଂ ଟିମ୍ ମ୍ୟାନେଜର ଦିଲ୍ଲେଶ୍ୱର ତୃଣଙ୍କ ମାର୍ଗଦର୍ଶନ, ପରିଶ୍ରମ ଓ ନିରନ୍ତର ସହଯୋଗ ପାଇଁ ମଧ୍ୟ କୃତଜ୍ଞତା ଜଣାଯାଇଛି।ଗଜପତି ଜିଲ୍ଲାର ଏହି ଯୁବ ବକ୍ସରମାନଙ୍କ ସଫଳତାରେ କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.