ଦିଲ୍ଲୀ : କାଲି ଛାଡ଼ିଥିଲେ ଶଙ୍ଖ, ଆଜି ଧରିଲେ ପଦ୍ମ। ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ଜାତୀୟ ମୁଖ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ସେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି।


ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଦଳ ଛାଡ଼ିବା ପରେ ବିଜେଡି ଉପରେ ନିର୍ଦ୍ଧୁମ୍ ବର୍ଷିଥିଲେ ଦେବାଶିଷ। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେଇଛି ବୋଲି କହିଥିଲେ । ପରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଥିଲେ।
Comments are closed.