ବରୋଦା ( ଗୁଜରାଟ) ତା ୧୫.୦୯.୨୦୨୬: ରିଖ। ଗତ କାଲି ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା, ଗୁଜରାଟ ( ଦୀର୍ଘ ୪୫ ବର୍ଷର ସଫଳତା ଯାତ୍ରା) ଦ୍ଵାରା ପ୍ରଭୁ ଶ୍ରୀ ଗଜାନନ ମହାପ୍ରଭୁଙ୍କ ପୂଜା ଧୁମ୍ ଧାମରେ ଶୃଙ୍ଖଳିତ ଭାବରେ ସମାହିତ ହୋଇ ଯାଇଛି। ପୂଜା ସମାଜର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରବାସୀ ଓଡ଼ିଆ ବନ୍ଧୁମାନେ ଯୋଗଦେଇ ପୂଜା, ଆରତୀ, ପୁଷ୍ପାଞ୍ଜଳି ର ଲାଭ ନେଇଥିଲେ। ତତ୍ପରେ ଅନ୍ନ ପ୍ରସାଦ ର ଲାଭ ନେଇଥିଲେ।



ପୂଜା ଓଡ଼ିଆ ନନା ଙ୍କ ଦ୍ଵାରା ଇଷ୍ଟ ଦେବ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି କାନ୍ତି ହିସାବରେ ହୋଇଥିଲା। ହରି ବୋଲ, ହୁଳ ହୁଳି, ଶଙ୍ଖ ଘଂଟା ଧ୍ବନି ରେ ପୂଜା ସ୍ଥାନ ଟି ଅତ୍ୟନ୍ତ ଭାବ ବିହ୍ୱଳ ଓ ରୋଚକମୟ ହୋଇ ଉଠିଥିଲା।
ଶ୍ରଦ୍ଧାଳୁମାନେ ଆନ୍ତରିକ ଗୁହାରି ପ୍ରଭୁଙ୍କ ପାଖରେ ଜଣାଇଥିଲେ। ତାହା ଥିଲା,
ହେ ପ୍ରଭୁ ଗଜାନନ, ବରୋଦା ମାଟିରେ ଆମ ମାନଙ୍କୁ ଦେଇଥିବା ଧନୋରା ସ୍ଥିତ ସୁନ୍ଦର ଜାଗାଟିରେ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟର କେନ୍ଦ୍ର ସ୍ଥାପିତ କରିବାରେ ଯଥା ଶୀଘ୍ର ସହାୟତା ହୁଅନ୍ତୁ।
ଶେଷରେ ଶାନ୍ତି ପାଠ କରାଯାଇ,
ସମସ୍ତ ଉପସ୍ଥିତ ପ୍ରବାସୀ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା।