ମୁନ କମ୍ୟୁନିକେସନ ପକ୍ଷରୁ ଆରମ୍ଭ ହେଲା ବନ୍ୟା ପରବର୍ତ୍ତୀ ନୀଳ ରକ୍ତ କଙ୍କଡା ଉଦ୍ଧାର ଅଭିଯାନ 

0
ବାଲେଶ୍ୱର, ୧୪/୯(କୃଷ୍ଣ କୁମାର ମହାନ୍ତି): ବନ୍ୟା ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ନୀଳରକ୍ତ କଙ୍କଡା ଉଦ୍ଧାର ଅଭିଯାନ ସାମାଜିକ ସଂଗଠନ ‘ମୁନ କମ୍ୟୁନିକେସନ’ ତରଫରୁ ମହିଁଶାଳୀ ମୁହାଁଣରେ ଆରମ୍ଭ କରାଯାଇଛି l
ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ତ୍ଵରେ ଉଦ୍ଧାର କାର୍ଯ୍ୟକ୍ରମରେ ପରିବେଶ କର୍ମୀ ଉଦୟଭାନୁ ନାୟକ, ଭବାନୀ ଶଙ୍କର ବେହେରା ଯୋଗ ଦେଇ ପର୍ଯ୍ୟାୟ କ୍ରମେ ଜାଲରେ ଛନ୍ଦି ଥିବା ନୀଳରକ୍ତ କଙ୍କଡା ଉଦ୍ଧାର କରିବା ସହ ସେସବୁକୁ ବଙ୍ଗପୋସାଗରରେ ଛାଡିଥିଲେ l ଗବେଷକଙ୍କ ଗବେଷଣା ଅନୁସାରେ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ରରେ ଅଧିକ ଜୁଆର ହେଉଥିବାରୁ ସେମାନେ ଅଧିକ ସଂଖ୍ୟାରେ ଭାସି ଆସନ୍ତି ଓ ଜୁଆର ଛାଡି ଯିବା ପରେ କୂଳରେ ପଡିଥିବା ଜାଲରେ ଛନ୍ଦି ମୃତ୍ୟୁ ବରଣ କରନ୍ତି। ଏଥିପାଇଁ ମୁହାଁଣର ମତ୍ସଜିବୀ  ମାନଙ୍କୁ କାର୍ଯ୍ୟକ୍ରମରେ  ସାମିଲ କରି ନୀଳରକ୍ତ କଙ୍କଡାର  ମୃତ୍ୟୁର କାରଣ ଓ ଚିକିତ୍ସା ଜଗତକୁ ତାର ଅବଦାନ କଣ ସେସମ୍ପର୍କରେ ଆଲୋଚନା କରାଯାଇ ଥିଲା। ସମସ୍ତେ ଏମାନଙ୍କ ଜୀବନ ଶୈଳୀ ଓ ଚିକିତ୍ସା ଜଗତ ପ୍ରତି ଏମାନଙ୍କ ରକ୍ତର ଅବଦାନ ସମ୍ପର୍କରେ ଜାଣି ଜାଲରେ ଲାଗି ମୃତ୍ୟୁବରଣ କରୁଥିବା ନୀଳ ରକ୍ତ କଙ୍କଡାକୁ ମୃତ୍ୟୁ ମୁଖରୁ ବଞ୍ଚାଇ ବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ।
ଶେଷରେ  ଏମାନଙ୍କ ମୃତ୍ୟୁର କାରଣ ପାଲଟୁଥିବା ଛିଣ୍ଡା ଜାଲସବୁକୁ ମୁହାଁଣରୁ ସଫା  କରାଯାଇ ଥିଲା l  କର୍ତ୍ତିକ ନାୟକ, ଜଳଧର ବେହେରା, ଅଚ୍ୟୁତ ସିଂ,ବିବେକ ମାରାଣ୍ଡି, ସୁବାଷ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Leave A Reply

Your email address will not be published.