ରଣା ସାପ ଦଂଶନରେ ମହିଳା ଗୁରୁତ୍ଵର : ଆୟୁସିରେ ଚିକିତ୍ସିତ
ପଟ୍ଟାମୁଣ୍ଡାଇ ୨୫/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ସଂସାରଫଳ ପଞ୍ଚାୟତର ଅଢାଡେଉଉଁରିଆ ଗ୍ରାମର ଗୀତାଞ୍ଜଳି ରାଉତ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏକ ବିରାଟକାୟ ରଣା ସାପ ଦଂଶନ କରିଥିଲା। ଉକ୍ତ ସାପକୁ ତାଙ୍କ ସ୍ବାମୀ ସଂସାରଫଳ ପଞ୍ଚାୟତ ଅଫିସ୍ ପିଅନ ସୁନାକର ରାଉତ ସାପକୁ ଧରି ଏକ ମାଠିଆରେ ରଖିଛନ୍ତି। ସାପ କାମୁଡ଼ିଵା ପରେ ଗୀତାଞ୍ଜଳି ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ରାଜନଗର ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଡ଼ାକ୍ତର ଅଧିକ ଅନୁଭବ କରିବାରୁ ତାଙ୍କୁ ଭୂଵନେଶ୍ଵର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଗୀତାଞ୍ଜଳି ବର୍ତ୍ତମାନ ଗୁରୁତର ଅବସ୍ତାରେ
ଆୟୁସିୟୁରେ ଚିକିତ୍ସିତ ହେଉଛନ୍ତି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
Comments are closed.