ଭୁବନେଶ୍ଵର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ପୋଲିସ ଷ୍ଟେସନରେ। ମୋବାଇଲ ଛାଡିଇବା ନାଁରେ ଏଏସଆଇ ଜଣକ ୨୦ ହଜାର ଟଙ୍କା ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ। ସେମାନଙ୍କଠାରୁ ୨୦,୦୦୦ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ମାଡିବସିଥିବା ଏଏସଆଇ ଶ୍ରୀ ରାଜେଶ କୁଲୁ ଏବଂ ହୋମଗାର୍ଡ ଶ୍ରୀ ଜ୍ୟୋତି ରଞ୍ଜନ ବେହେରା। ପୂର୍ବରୁ ୧୨.୦୬.୨୦୨୬ ରେ, ଏଏସଆଇ ଶ୍ରୀ କୁଲୁ ସେହି ବ୍ୟକ୍ତିଙ୍କଠାରୁ ୩୦,୦୦୦ ଟଙ୍କା ନେଇ ତାଙ୍କୁ ଗୋଟିଏ ମୋବାଇଲ୍ ଫେରାଇ ଦେଇଥିଲେ। ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ପି.ଏସ୍. ମାମଲା ନଂ. ୧୦ ତାରିଖ ୧୬.୦୬.୨୦୨୬ ଧାରା ୭ ପି.ସି. (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ପଞ୍ଜୀକୃତ ହୋଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।
ସୂଚନା ଯୋଗ୍ୟ ଯେ,ପୂର୍ବରୁ ୧୨.୦୬.୨୦୨୬ ଏଏସଆଇ ଶ୍ରୀ କୁଲୁ ସେହି ବ୍ୟକ୍ତିଙ୍କଠାରୁ ୩୦,୦୦୦ ଟଙ୍କା ନେଇ ତାଙ୍କୁ ଗୋଟିଏ ମୋବାଇଲ୍ ଫେରାଇ ଦେଇଥିଲେ। ଆଜି, ଯେତେବେଳେ ବ୍ୟକ୍ତି ଅଭିଯୁକ୍ତ ଏଏସଆଇ ଶ୍ରୀ କୁଲୁଙ୍କୁ ଅନ୍ୟ ମୋବାଇଲ୍ ଫେରସ୍ତ କରିବାକୁ ଅନୁରୋଧ କରିଥିଲେ, ସେ ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ଟଙ୍କା ହୋମଗାର୍ଡ ଡ୍ରାଇଭରଙ୍କୁ ଦେବାକୁ ଏବଂ ତାଙ୍କଠାରୁ ମୋବାଇଲ୍ ଫୋନ୍ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.