ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ତହସିଲଦାର

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ସୂଚନା ଅନୁସାରେ, ସୁନ୍ଦରଗଡ଼ର ଦୁଇଟି, ଡୁମାଵାହଲର ୪ଟି, ଲେଫ୍ରିପଡାର ଗୋଟିଏ ଓ ଟାଙ୍ଗରପାଲିର ଗୋଟିଏ ସ୍ଥାନରେ ଚାଲିଛି ଚଢାଉ। ସୁନ୍ଦରଗଡ଼ରେ ଗୋଟିଏ ଦୁଇ ମହଲା କୋଠା, ଲେଫ୍ରିପଡାରେ ଗୋଟିଏ ତିନି ମହଲା କୋଠା ଓ ନିଜ ଗ୍ରାମରେ ତିନୋଟି ଘର ଠାବ ହୋଇଛି।

Comments are closed.