ସୁଆଣ୍ଡୋ / ସାକ୍ଷୀଗୋପାଳ/ପୁରୀ : ସୁଆଣ୍ଡୋ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଆଣ୍ଡୋରେ ପହଞ୍ଚିବା ପରେ ପ୍ରଥମେ ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଉତ୍କଳମଣିଙ୍କ ଷଠିଘର ବୁଲି ଦେଖିବା ସହ ସଂଗ୍ରାହଳୟର ଲୋକପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଉତ୍କଳମଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ଅନାବରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କଳମଣିଙ୍କ ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି। ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋ ନୂଆ ରୂପ ପାଇଛି । ଆୟୋଜିତ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ବିଭିନ୍ନ ଏସଏଚଜିର ସଦସ୍ୟା। ହାତ ତିଆରି ସାମଗ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.