ଗୁଜୁରାଟ : ଗୁଜୁରାଟ ବରୋଦା ଠାରେ ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ ତରଫରୁ ଉତ୍କଳ ଦିବସ ବହୁତ ଆଡ଼ମ୍ବ ରେ ପାଳନ କରାଯାଇଛି। ଏହି ଅନୁଷ୍ଠାନ ର ବହୁତ କାର୍ଯ୍ୟକର୍ତା ଙ୍କ ସହିତ ଗୁଜୁରାଟ ରେ ରହୁ ଥିବା ଓଡିଶା ର ଭାଇ ଭଉଣୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ର ମନ ଭରି ଉପଭୋଗ କରି ଥିଲେ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୃଷ୍ଠପୋଷକ ବରୋଦା ର ପୋଲିସ କମିଶନର (IPS ) ଶ୍ରୀ ଯୁକ୍ତ ନରସିମହଃ କୁମାର, ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ, ସମ୍ପାଦକ ନୀଳାଚଳ ସେବା ସଙ୍ଘ, ନିୟୁ ଦିଲ୍ଲୀ, ସମ୍ମାନିତ ଅତିଥି ଭାବେ Dr. P. K. M. K. Das, କଳିଙ୍ଗ ସାଂସ୍କୃତିକ ପରିଷଦ, ଫରିଦା ବାଦ, ଓ Shri Viral Choudhary, ଅଦକ୍ଷ ଗୁଜୁରାଟ ଇଣ୍ଡିଆ କମନ ୱେଲ୍ଥ ଟ୍ରେଡ଼ କାଉନସିଲ, ଯୋଗ ଦେଇଥିଲେ, କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଭାବେ କଳାକାର ହେମନ୍ତ ଭୋନ୍ସଲେ ଙ୍କ ଉପସ୍ଥିତ ଦର୍ଶକ ଙ୍କ ମନୋରଞ୍ଜନ କରାଇ ଥିଲେ, ସଂଗଠନ ର ସଭାପତି ସୁବ୍ରତ କିଶୋର ନାୟକ, ସମ୍ପାଦକ ଚିତରଞ୍ଜନ ନାୟକ, ଉପସଭାପତି ଚିନ୍ତାମଣି ମହାପାତ୍ର , ନିର୍ମଳେନ୍ଦୁ ଲେଙ୍କା,ସହ ସମ୍ପାଦକ ନାରାୟଣ ଆଚାର୍ଯ୍ୟ, ସ୍ବର୍ଣ୍ଣଲତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।



ଏହି ଅନୁଷ୍ଠାନ ଦୀର୍ଘ ୪୫ ବର୍ଷ ଧରି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଆସୁଅଛି ଖୁବ ଶୀଘ୍ର ବରୋଦା ରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ହେବାର ସଂଗଠନ ତରଫରୁ ସୂଚନା ମିଳିଛି।



Comments are closed.