ଭୁବନେଶ୍ୱର : ସୂର୍ଯ୍ୟଙ୍କ ପ୍ରକୋପରେ ସିଝୁଛି ସାରା ଓଡ଼ିଶା। ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଏବେ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ଆଜି ଦିନ ସାଢ଼େ ଦୁଇଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଉପରକୁ ଉଠିଛି।
ଆଜିର ତାପମାତ୍ରା ତାଲିକାକୁ ଦେଖିଲେ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ପାରଦ ୪୩.୪ ଡିଗ୍ରୀ ସେଲସିୟସ୍ ଛୁଇଁଛି। ସେହିପରି ଅନ୍ୟ ସହରଗୁଡ଼ିକର ସ୍ଥିତି ହେଉଛି:
ଝାରସୁଗୁଡ଼ା: ୪୩.୪ ଡିଗ୍ରୀ
ହୀରାକୁଦ: ୪୩ ଡିଗ୍ରୀ
ସମ୍ବଲପୁର: ୪୨.୬ ଡିଗ୍ରୀ
ରାଉରକେଲା: ୪୨ ଡିଗ୍ରୀ
ଭୁବନେଶ୍ୱର: ୪୧.୮ ଡିଗ୍ରୀ
ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଖରା ସାଙ୍ଗକୁ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ। ରାସ୍ତାଘାଟ ଶୂନ୍ସାନ୍ ଦେଖିବାକୁ ମିଳୁଥିବା ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବା ସମ୍ଭାବନା ଥିବାରୁ, ଅତ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
Comments are closed.